fbpx

ଝିଅ କୌଣସି ପୁଅ ସହିତ ଫେରାର ହେଲେ ପିତାମାତଙ୍କୁ ଜେଲ୍ ପଠାଇଦେବି, IPS ଅଧିକାରୀଙ୍କ ବିବାଦୀୟ ବୟାନ, ଦେଖନ୍ତୁ Video

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ରାଜନେତା, ଫିଲ୍ମଷ୍ଟାର, ସରକାରୀ ଅଧିକାରୀଙ୍କର ବିବାଦୀୟ ବୟାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ଫଳସ୍ୱରୂପ ଏହି ବ୍ୟକ୍ତିମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥାଏ । ତେବେ ଉତ୍ତରପ୍ରଦେଶର ଜଣେ ଆଇପିଏସ ଅଧିକାରୀ ଏଭଳି ଏକ ବିବାଦୀୟ ବୟାନ ଦେଇ ଫସିଛନ୍ତି । ପରେ ନିଜର ଭୁଲ୍ ବୁଝିପାରି ଅଧିକାରୀ ଜଣଙ୍କ କ୍ଷମା ପ୍ରାର୍ଥନା କରିଛନ୍ତି ।

ରାମପୁର ପୋଲିସ ଅଧିକ୍ଷକ ଅଶୋକ କୁମାର ଶୁକ୍ଲା କହିଥିଲେ, ଆଜିକାଲି ହିନ୍ଦୁ, ମୁସଲମାନ ପୁଅ ଓ ଝିଅ ପରସ୍ପର ସହ ଫେରାର ହୋଇଯାଉଛନ୍ତି । ଏପରି କାହିଁକି ହେଉଛି? ଏହି ଘଟଣାକୁ ନେଇ ପିତାମାତା ସେମାନଙ୍କର ଝିଅ ଫେରାର ହୋଇଗଲା ବୋଲି ଥାନାରେ ଅଭିଯୋଗ କରିଥାନ୍ତି । ଯଦି ଗୋଟିଏ ଯୁବତୀ କୌଣସି ପୁଅ ସହିତ ଫେରାର ହୋଇଯିବ, ତେବେ ସେ କ୍ଷେତ୍ରରେ ତା’ର ପିମାମାତା ହିଁ ଦାୟୀ ରହିବେ ।’ ଏଭଳି ସ୍ଥିତିରେ ସମ୍ପୃକ୍ତ ପିତାମାତାଙ୍କୁ ଜେଲ୍ ପଠାଇ ଦିଆଯିବ ।

ତେବେ ଏହି ବିବାଦୀୟ ବୟାନ ଭାଇରାଲ୍ ହେବା ପରେ ଅଧିକାରୀ ଜଣଙ୍କ ଏହାକୁ ଖଣ୍ଡନ କରିବା ସହ କ୍ଷମା ମାଗିଛନ୍ତି । ଉପନିର୍ବାଚନ ପରେ ରାମପୁରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସମାଜବାଦୀ ପାର୍ଟି ପକ୍ଷରୁ ଏହି ଭିଡିଓଟି ଟ୍ୱିଟରରେ ଶେୟାର କରାଯାଇଥିଲା । ତେବେ ପରେ ଅଧିକାରୀ ଜଣଙ୍କ କ୍ଷମା ମାଗିଛନ୍ତି ଓ ପୀଡ଼ିତ ପରିବାରଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.