fbpx

ବଳିର କୁପ୍ରଥା: ଚାମୁଣ୍ଡା ଦେବୀଙ୍କ ପାଖେ ଅଢ଼େଇ ବର୍ଷର ଶିଶୁକୁ ବଳି ଦେଲା ତାନ୍ତ୍ରିକ

ନୂଆଦିଲ୍ଲୀ: ଆଇନ ଅନୁସାରେ ବଳି ପ୍ରଥାକୁ ବନ୍ଦ କରାଯାଇଥିଲେ ମଧ୍ୟ କେତେକ ଅଞ୍ଚଳରେ ଆଜି ମଧ୍ୟ ବଳି ଦିଆଯାଉଥିବାର ଦେଖାଯାଏ । ଅନ୍ଧବିଶ୍ୱାସ ଘେରରେ ରହି କିଛି ଲୋକ ଏହି ପ୍ରଥାକୁ ଛାଡ଼ି ପାରୁ ନାହାନ୍ତି । ଏପରି କିଛି ତାନ୍ତ୍ରିକ ରହିଛନ୍ତି ଯେଉଁମାନେ ନିଜର ଅନ୍ଧବିଶ୍ୱାସ ପାଇଁ ଛୋଟ ଶିଶୁମାନଙ୍କୁ ବଳି ଦେଇଥାନ୍ତି । ତେବେ ଜମି ପାଇଁ ଏକ ନିରୀହ ଶିଶୁକୁ ବଳି ଦେବା ଘଟଣା ସାମ୍ନାକୁ ଆସିଛି ।

ଉତ୍ତରପଦେଶର ଆଗ୍ରାରେ ଜଣେ ତାନ୍ତ୍ରିକ ଅନ୍ଧବିଶ୍ୱାସର ଶିକାର ହୋଇ ଜମି ଲୋଭରେ ଏକ ଅଢ଼େଇ ବର୍ଷ ଶିଶୁର ବଳି ପକାଇଛି । ଚାମୁଣ୍ଡା ଦେବୀଙ୍କୁ ଖୁସି କରିବାକୁ ଯାଇ ତାନ୍ତ୍ରିକ ଏପରି କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ତାନ୍ତ୍ରିକ ହୁକୁମ ସିଂକୁ ଗିରଫ କରିଛି ପୋଲିସ । ହୁକୁମ ସିଂ ତା’ର ତନ୍ତ୍ର ଶକ୍ତି ଶେଷ ହେବାକୁ ଯାଉଥିବାରୁ ଶକ୍ତିକୁ ବୃଦ୍ଧି କରିବା ପାଇଁ ଏପରି ଅମାନୁଷିକ କାର୍ଯ୍ୟ କରିଥିବା ପୋଲିସ ନିକଟରେ ପ୍ରକାଶ କରିଛି ।

ଜଗନେର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଯାଇଛି । ରାମ ଅବତାରଙ୍କ ପୁଅ ରିତିକର ବଳି ପଡ଼ିଥିବା ପୋଲିସ ସୂଚନା ଦେଇଛି । ମୃତ ଶିଶୁର ଶରୀରକୁ ଏକ ବୁରାରେ ପୁରାଇ ନିକଟସ୍ଥ ନଦୀ ପଠାରେ ପକାଇଥିଲା ଅଭିଯୁକ୍ତ । ରାମ ଅବତାର ପୁଅକୁ ନପାଇ ଜଗନେର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଖୋଜାଖୋଜି କରି ରିତିକର ମୃତ ଶରୀରକୁ ଉଦ୍ଧାର କରିଥିଲା ।

ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ହୁକୁମ ସିଂଙ୍କ ନଜର ରାମ ଅବତାରଙ୍କ ଜମି ଉପରେ ଥିଲା । ଜମିକୁ ନିଜ ଅଧିନକୁ ଆଣିବା ପାଇଁ ଅଭିଯୁକ୍ତ ତାନ୍ତ୍ରିକ ରିତିକର ବଳି ପକାଇଥିବା ଜଣା ପଡ଼ିଛି । ଅଭିଯୁକ୍ତର ତନ୍ତ୍ର ଶକ୍ତି କାମ କରୁନଥିବାରୁ ନିଜର ତନ୍ତ୍ର ଶକ୍ତିକୁ ବଢାଇବା ପାଇଁ ବଳି ଦେଇଥିବା ଆଗ୍ରା ଏସପି ସତ୍ୟଜିତ ଗୁପ୍ତା କହିଛନ୍ତି ।

Get real time updates directly on you device, subscribe now.