fbpx

କାଶୀ ବିଶ୍ୱନାଥ ଧାମରେ ଅଘଟଣ: ମାନ୍ଧାତେଶ୍ୱର ମନ୍ଦିରର ଭାଙ୍ଗିଲା ଚୂଡ଼ା

ନୂଆଦିଲ୍ଲୀ: ମାନ୍ଧାତେଶ୍ୱର ମହାଦେବ ମନ୍ଦିରରେ ଘଟିଯାଇଛି ଅଘଟଣ । କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଥିବା ମାନ୍ଧାତେଶ୍ୱର ମହାଦେବ ମନ୍ଦିରର ଶିଖରରେ ଥିବା କଳସଟି ଭାଙ୍ଗି ଯାଇଛି । ଲଗାଣ ବର୍ଷାରେ ହେଉଥିବା ବଜ୍ରପାତରେ ମନ୍ଦିରର ଚୂଡ଼ା କ୍ଷତିଗ୍ରସ୍ତ ହୋଇଛି ।

ମହାଦେବ ମନ୍ଦିରର ମୁଖ୍ୟ କାର୍ଯ୍ୟକର୍ତ୍ତା ସୁନୀଲ କୁମାର ବର୍ମା ସୂଚନା ଦେଇ କହିଛନ୍ତି କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ରହିଥିବା ଭାରତ ମାତା ପ୍ରତିମା ନିକଟସ୍ଥ ମାନ୍ଧାତେଶ୍ୱର ମନ୍ଦିର ଶିଖରରେ ରହିଥିବା କଳସ ବଜ୍ରପାତରେ ଭାଙ୍ଗି ଯାଇଛି । ବର୍ଷା ହେଉଥିବାରୁ ଭକ୍ତମାନେ ମନ୍ଦିର ଭିତରକୁ ଚାଲି ଯାଇଥିଲେ । ମନ୍ଦିର ବାହାରେ କୌଣସି ଶ୍ରଦ୍ଧାଳୁ ନଥିବାରୁ କ୍ଷତିଗ୍ରସ୍ତ କଳସ ଦ୍ୱାରା କାହାକୁ ଆଘାତ ପହଞ୍ଚି ନଥିବା ଶ୍ରୀ ବର୍ମା କହିଛନ୍ତି ।

ପ୍ରଶାସନ ତରଫରୁ ଶିଖର ଉପରେ ଥିବା କଳସର ବାକି ଅଂଶକୁ ହଟାଇ ଦିଆ ଯାଇଛି । ସେହିପରି କ୍ଷତିଗ୍ରସ୍ତ ଶିଖରର ମରାମତି କାର୍ଯ୍ୟ ଶୀଘ୍ର କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.