fbpx

ସ୍ୱାମୀ, ସ୍ତ୍ରୀ ଓ ସନ୍ଦେହ: ଭୁଲ-ବୁଝାମଣାରୁ ସ୍ତ୍ରୀକୁ କୁରାଢୀରେ ହାଣି ହତ୍ୟା

ରାଇରଙ୍ଗପୁର: ଭୁଲ ବୁଝାମଣା କିମ୍ବା ସନ୍ଦେହ ସମ୍ପର୍କରେ ସବୁବେଳେ ଦୂରତା ସୃଷ୍ଟି କରିଥାଏ । ବିଶେଷ କରି ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ସନ୍ଦେହର ଏହି ଶବ୍ଦ ଖୁବ କ୍ଷତି ଘଟରାଇଥାଏ । ଏମିତିକି ଦୁଇଟି ପ୍ରେମୀ ଯୁଗଳଙ୍କୁ ଅଲଗା କରିଦିଏ ଏହି ସନ୍ଦେହ । ତେବେ ରାଇରଙ୍ଗପୁରରୁ ଏହି ସନ୍ଦେହକୁ ନେଇ ଆସିଛି ଏକ ଅଭାବନୀୟ ଘଟଣା । ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କରିଛି ପତ୍ନୀହତ୍ୟା ପାଲଟି ଯାଇଛି ସ୍ୱାମୀ ।

ସୂଚନା ଅନୁସାରେ, ସ୍ତ୍ରୀକୁ ସନ୍ଦେହ କରି କୁରାଢୀରେ ହାଣି ହତ୍ୟା କରିଛି ସ୍ୱାମୀ । ତିରିଂ ଥାନା ଅନ୍ତର୍ଗତ ଡଲାଯୋଡି ଗାଁରେ ସ୍ତ୍ରୀ ଚରିତ୍ରକୁ ନେଇ ସନ୍ଦେହ ଉପୁଜିବାରୁ ତାଙ୍କୁ ହତ୍ୟା କରିଥିବା ଜଣାଯାଇଛି । ପ୍ରଥମେ ପତ୍ନୀଙ୍କୁ ଏକ କାଠଫାଳିଆରେ ପିଟିପିଟି ଦରମରା କରିବା ପରେ କୁରାଢୀରେ ହାଣି ହତ୍ୟା କରିଥିବା ଜଣାପଡିଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି । ଏହା ସହ ହତ୍ୟାରେ ବ୍ୟବହୃତ କୁରାଢୀ ଏବଂ ଅନ୍ୟ ସାମଗ୍ରୀକୁ ପୋଲିସ ଜବତ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.