fbpx

ସଫଳ ହେଲା ‘ଅଭ୍ୟାସ’ର ପରୀକ୍ଷଣ: ଜାଣନ୍ତୁ ଏହାର ଶକ୍ତି ଏବଂ କ୍ଷମତା

ଚାନ୍ଦିପୁର: ଭାରତୀୟ ସେନା ପାଇଁ ପ୍ରସ୍ତୁତ ହେଉଛି ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ଅସ୍ତ୍ର । ବିରାଟରୁ ବିରାଟ ଯୁଦ୍ଧକୁ ସାମନା କରିବା ପାଇଁ ଏବେ ଅଣ୍ଟା ଭିଡୁଛି ଇଣ୍ଡିଆନ ଆର୍ମି । ସ୍ଥଳ ସେନା, ଇଣ୍ଡିଆନ ନେଭି ସମେତ ବାୟୁ ସେନାରେ ମଧ୍ୟ ବିଭିନ୍ନ ଅସ୍ତ୍ର ଯୋଗ ଦେବାକୁ ଯାଉଛି । ଏଥିପାଇଁ ଆଜି ଆଉ ଏକ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଯେଉଁଥିରେ ସଫଳତା ହାସଲ କରିଛି ଡିଆରଡିଓ ।

DRDO pins hopes on target drone Abhyas | India News | English Manorama

ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଉ ଏକ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି । ଦ୍ରୁତଗାମୀ କ୍ଷେପଣାସ୍ତ୍ର “ଅଭ୍ୟାସ’ର ସଫଳ ପରୀକ୍ଷଣ ହୋଇଥିବା ନେଇ ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି । ଡିଆରଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି ଏହି କ୍ଷେପଣାସ୍ତ୍ର “ଅଭ୍ୟାସ’ । ଏହି କ୍ଷେପଣାସ୍ତ୍ର ଶତ୍ରୁପକ୍ଷକୁ ଅନାୟସରେ ଲକ୍ଷ୍ୟ କରି ଭେଦ କରିବାର କ୍ଷମତା ଧାରଣ କରିଛି । ତେବେ ଏହାର ସଫଳ ପରୀକ୍ଷଣ ପରେ ଭାରତୀୟ ବାୟୁସେନାକୁ ଆଉ ଏକ ଅସ୍ତ୍ର ମିଳିବା ନେଇ ଆଶା ବଢିଯାଇଛି ।

Get real time updates directly on you device, subscribe now.