fbpx

ଧୋନୀଙ୍କ ପାଇଁ ଜେଲ୍ ଦଣ୍ଡ ଭୋଗିବେ IPS ଅଫିସର: କୋର୍ଟ ଶୁଣାଇଲେ ରାୟ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଆଜି ଜଣେ ଆଇପିଏସ ଅଫିସରଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଏହି ଅଫିସରଙ୍କ ବିରୋଧରେ ମାହି ମାମଲା ରୁଜୁ କରିଥିବା ବେଳେ ହାଇକୋର୍ଟ ଏହାକୁ ଗ୍ରହଣ କରିଛନ୍ତି । ବର୍ତ୍ତମାନ ଅଫିସର ଜଣକ ଜେଲ୍ ଦଣ୍ଡ ଭୋଗିବେ ବୋଲି ଉଚ୍ଚ ନ୍ୟାୟାଳୟ ରାୟ ଶୁଣାଇଛନ୍ତି । ହାଇକୋର୍ଟଙ୍କ ଶୁଣାଣି ଅନୁସାରେ, ସମ୍ପୃକ୍ତ ଆଇପିଏସ ଅଧିକାରୀ ୧୫ ଦିନ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବେ ।

ସୂଚନା ଅନୁସାରେ, ଆଇପିଏଲରେ ଧୋନୀ ମ୍ୟାଚ ଫିକ୍ସିଙ୍ଗ କରିବା ସହ ବେଟିଂ କରୁଥିବା ଅଭିଯୋଗ ଆଣିଥିଲେ ଏହି ଅଫିସର । ଏହାପରେ ମାହି ଏହି ବ୍ୟକ୍ତିଙ୍କ ବିରୋଧରେ କୋର୍ଟର ଅବମାନନା ସହ ଜଡ଼ିତ ଏକ ମାମଲା ରୁଜୁ କରିଥିଲେ । ଏହାପୂର୍ବରୁ ଧୋନୀ ସମ୍ପୃକ୍ତ ଅପିସରଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ମଧ୍ୟ କରିଥିଲେ । ଏହାପରେ ଆଜି ମାଡ୍ରାସ ହାଇକୋର୍ଟର ଜଷ୍ଟିସ ଏସ.ଏସ ସୁନ୍ଦର ଏବଂ ଜଷ୍ଟିସ ସୁନ୍ଦର ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ରାୟ ଶୁଣାଇଛନ୍ତି । ଭାରତୀୟ ପୋଲିସ ବିଭାଗର ଅଧିକାରୀ ସମ୍ପତ କୁମାରଙ୍କୁ ୧୫ ଦିନ ପାଇଁ ଜେଲ ଦଣ୍ଡ ଶୁଣାଇଛନ୍ତି । ଏହାପୂର୍ବରୁ ଧୋନୀ ଅଭିଯୋଗ ଆଣିଥିଲେ ଯେ, ଅଧିକାରୀ ଜଣକ ଜାଣି ଜାଣି ମିଛ ଖବର ଏବଂ ଏଭଳି ରିପୋର୍ଟ ଜାରି କରୁଛନ୍ତି । ୨୦୧୩ ମସିହାରେ ଧୋନୀ ଆଇପିଏଲ ମ୍ୟାଚ୍ ଫିକ୍ସିଙ୍ଗ ଏବଂ ବେଟିଂ ଆଦି ମାମଲାରେ ସାମିଲ ଥିବା ନେଇ ଏଥିରେ ଦାବି ହୋଇଥିଲା ।

ତେବେ ଜଷ୍ଟିସ ସୁନ୍ଦର ଏବଂ ଜଷ୍ଟିସ ମୋହନଙ୍କ ଖଣ୍ଡପୀଠ ଏହି ଜେଲଦଣ୍ଡକୁ ୩୦ ଦିନ ପାଇଁ ଘୁଞ୍ଚାଇଛନ୍ତି । ତେବେ ଏହି ସମୟ ମଧ୍ୟରେ ଅଭିଯୁକ୍ତ ସମ୍ପତ କୁମାରଙ୍କୁ ଦଣ୍ଡାଦେଶ ବିରୋଧରେ ଅପିଲ କରିବା ପାଇଁ ସୁଯୋଗ ମିଳିପାରିବ । କୁମାର ଏବଂ ଅନ୍ୟ ଅଭିଯୁକ୍ତମାନେ ଏହି ମାମଲାରେ ତାଙ୍କ ବିରୋଧରେ ମିଥ୍ୟା ଖବର ପ୍ରକାଶ କରିବାରୁ ନିବୃତ୍ତ ରହିବା ପାଇଁ ଧୋନି ଅପିଲ କରିଥିଲେ ।

ତେବେ ସମ୍ପତ କୁମାର ଆଇପିଏଲ୍ ବେଟିଂ ସ୍କାମ ମାମଲାର ଯାଞ୍ଚ କରିଥିଲେ। ହାଇକୋର୍ଟ ମଧ୍ୟ କୁମାର ଏବଂ ଅନ୍ୟମାନଙ୍କ ସମେତ ସମ୍ପୃକ୍ତ ଚାନେଲକୁ ଧୋନୀଙ୍କ ବିରୁଦ୍ଧରେ ବଦନାମ ବକ୍ତବ୍ୟ ରଖିବାକୁ ବାରଣ କରିଥିଲେ। ଏହା ପରେ ମାନହାନି ମକଦ୍ଦମାର ଉତ୍ତରରେ ଲିଖିତ ବୟାନ ଦିଆଯାଇଥିଲା। ତେଣୁ ଧୋନୀ ଏ ନେଇ କୋର୍ଟରେ ଅପିଲ କରିଥିଲେ । କୁମାର ନିଜ ଲିଖିତ ଉତ୍ତରରେ ତାଙ୍କ ବିରୁଦ୍ଧରେ ବଦନାମ କରୁଥିବା କହିଛନ୍ତି ଏମ.ଏସ ଧୋନୀ । ଏହାସହିତ କୋର୍ଟର ଅବମାନନା ପାଇଁ ମଧ୍ୟ କୁମାର ଏବଂ ସହଯୋଗୀଙ୍କ ବରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ମହେନ୍ଦ୍ର ସିଂହ ଧୋନୀ ।

Get real time updates directly on you device, subscribe now.