fbpx

ଭାରତକୁ ଇରାନର ପ୍ରଶଂସା

ନୂଆଦିଲ୍ଲୀ, ୮ା୧: ଭାରତକୁ ଆଜି ଇରାନ ରାଷ୍ଟ୍ରଦୂତ ପ୍ରଶଂସା କରିଛନ୍ତି । ଆମେରିକା ସହ ତିକ୍ତତା ଭିତରେ ମଧ୍ୟ ଇରାନ ରାଷ୍ଟ୍ରଦୂତ ଏହିପରି ପ୍ରଶଂସା କରିଛନ୍ତି । ବିଶ୍ୱରେ ଶାନ୍ତି ବଜାୟ ରଖିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଇରାନ ରାଷ୍ଟ୍ରଦୂତ କହିଛନ୍ତି । ଆମେ ଯୁଦ୍ଧ ନୁହେଁ, ଶାନ୍ତି ବଜାୟ ରଖିବାକୁ ଚାହୁଁ ବୋଲି ଇରାନ କହିଛି । ଇରାନର ଉତ୍ତମ ବନ୍ଧୁ ଭାରତ ।

ଉଲ୍ଲେଖ ଯୋଗ୍ୟ ଆଜି ଇରାକ ସ୍ଥିତ ଆମେରିକୀୟ ଏୟାରବେସରେ ହମଲା ହୋଇଛି । ଇରାନ ପକ୍ଷରୁ ଘନ ଘନ ରକେଟ ମାଡ଼ ହୋଇଥିବା ସୂଚନା ରହିଛି । ଆମେରିକା ଓ ଇରାନ ମଧ୍ୟରେ ସ୍ଥିତି ବର୍ତ୍ତମାନ ଗମ୍ଭୀର ରହିଛି ।

Get real time updates directly on you device, subscribe now.