fbpx
BJD SKY
BJD SKY

IRCTC ର ନବରାତ୍ରି ଉପହାର: ରେଳ ଯାତ୍ରୀଙ୍କୁ ଟ୍ରେନରେ ମିଳିବ ସ୍ୱତନ୍ତ୍ର ବ୍ରତ ଥାଳି

BJD

ନୂଆଦିଲ୍ଲୀ: ଆଇଆରସିଟିସି ଯାତ୍ରୀଙ୍କ ସୁବିଧାକୁ ବିଶେଷ ଧ୍ୟାନ ଦେଇଥାଏ । ପର୍ବପର୍ବାଣୀ ସମୟରେ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିଥାଏ । ଏମିତିରେ ଯାତ୍ରୀଙ୍କୁ ଯେପରି କୌଣସି ପ୍ରକାର ଅସୁବିଧା ନହେଉ ଏହାକୁ ନେଇ ମଧ୍ୟ ଆଇଆରସିଟିସି ସତର୍କ ରହିଥାଏ ।

ଏହି ପରିପ୍ରେକ୍ଷୀରେ ନବରାତ୍ରି ସମୟରେ ଟ୍ରେନ୍ ରେ ଯାତ୍ରୀଙ୍କ ଖାଇବାରେ ଯେପରି କୌଣସି ଅସୁବିଧା ନହେବ ଏଥିପାଇଁ ରେଳବାଇ ଖାସ୍ ବ୍ୟବସ୍ଥା କରିଛି । ଟ୍ରେନରେ ନବରାତ୍ରି ସମୟରେ ଯାତ୍ରା କରୁଥିବା କିମ୍ବା ବ୍ରତ ସମୟରେ ଯାତ୍ରା କରୁଥିବା ସମୟରେ ଏବେ ଟ୍ରେନ୍ ରେ ହିଁ ସ୍ୱତନ୍ତ୍ର ବ୍ରତ ଥାଳି ଉବଲବ୍ଧ କରାଯିବ । ଏହାକୁ ନେଇ ଆଇଆରସିଟିସି ନିର୍ଦ୍ଦେଶ ମଧ୍ୟ ଜାରି କରିଛି ।

ରେଲୱେର ଏହି ନିଷ୍ପତ୍ତି ପରେ ଯାତ୍ରୀଙ୍କୁ ବ୍ରତ ସମୟରେ ଖାଇବା ଟେନ୍ସନରୁ ମୁକ୍ତି ମିଳିବ । ଆଇଆରସିଟିସି ନବରାତ୍ରି ଥାଳି ବ୍ୟବସ୍ଥା କରିଛି । ଏହି ସୁବିଧା ୪୦୦ ଷ୍ଟେସନରେ ଉପଲବ୍ଧ ହେବ । ଏହି ଥାଳି ମଗାଇବା ପାଇଁ ଯାତ୍ରୀଙ୍କୁ ୧୩୨୩ ରେ କଲ୍ କରି ବୁକ୍ କରିବାକୁ ହେବ । ପରେ କିଛି ସମୟ ଅନ୍ତରାଳରେ ଆପଣଙ୍କୁ ପାଖରେ ପହଞ୍ଚିଯିବ ବ୍ରତ ଥାଳି । ଏଭଳି ବ୍ୟବସ୍ଥା ଗତ ବର୍ଷ ମଧ୍ୟ ଲାଗୁ ହୋଇଥିଲା ।

ଆଇଆରସିଟିସି ର ବ୍ରତ ଥାଳିରେ । ପରଠା, ତରକାରୀ, ଫଳ, ଦହି, ସାଗୁ ଖିରି, ପନୀର ପରଠା, ସିଙ୍ଗଡ଼ା ଇତ୍ୟାଦି ଉପଲବ୍ଧ କରାଯିବ ।

Get real time updates directly on you device, subscribe now.