fbpx

ନିଜ କାର୍ଯ୍ୟକଳାପକୁ ସୁଧାରୁ ନାହିଁ ପାକିସ୍ତାନ:ସୋସିଆଲ ମିଡିଆରେ ଯୁବପିଢିଙ୍କୁ କରୁଛି ଉତ୍ତେଜିତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଆତଙ୍କବାଦକୁ ସମୂଳେ ଶେଷ କରିବା ପାଇଁ କେନ୍ଦ୍ର ସରକାର ନିୟୋଜିତ ଅଛନ୍ତି ଏବଂ ଆଗାମୀ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଚଲାଇଛନ୍ତି। ଏସବୁ ମଧ୍ୟରେ ପାକିସ୍ତାନ ନିଜର ଭୁଲ କାର୍ଯ୍ୟକଳାପରୁ ବାହାରକୁ ଆସୁନାହିଁ । ସୀମା ପାଶ୍ୱର୍ରୁ ଅନଲାଇନ୍ ମାଧ୍ୟମରେ ରଣ ନିତି ପ୍ରସ୍ତୁତ କରୁଛି । ଯାହାର କୁପ୍ରଭାବ ବିଶେଷ କରି ଜାମ୍ମୁ-କାଶ୍ମୀରରେ ଦେଖିବାକୁ ମିଳୁଛି ।

ବାସ୍ତବରେ ସୁରକ୍ଷା ଏଜେନ୍ସି ସହ ଜଡିତ ସୂତ୍ରରୁ ଜଣାପଡିଛି ଯେ ଜାମ୍ମୁ କାଶ୍ମୀରର ଏକ ଛୋଟ ଘଟଣା ମଧ୍ୟ ସୀମା ଆରପଟେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଭିନ୍ନ ଭିନ୍ନ ଢଙ୍ଗରେ ଭାଇରାଲ ହେବାର ଲାଗୁଛି । ଯାହାଫଳରେ ଘାଟିରେ ଥିବା ଯୁବକମାନେ ଏହି କୁ ପ୍ରଚାର ଦ୍ୱାରା ବିଭ୍ରାନ୍ତ ହେଉଛନ୍ତି । ସୋସିଆଲ ମିଡିଆରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ ଯେଉଁଥିରେ ପାକିସ୍ତାନରେ ଅବସ୍ଥିତ ଅନେକ ଗୋଷ୍ଠୀ ଜାମ୍ମୁ କାଶ୍ମୀରର ଯୁବକମାନଙ୍କୁ ଉସକାଇବାରେ ନିୟୋଜିତ ଅଛନ୍ତି ।

ଆତଙ୍କବାଦୀମାନେ ରଣନୀତି ପରିବର୍ତ୍ତନ କରୁଛନ୍ତି କି?

ସୁରକ୍ଷା ବାହିନୀର ନିରନ୍ତର ପ୍ରଭାବଶାଳୀ କାର୍ଯ୍ୟ ଯୋଗୁଁ ଆତଙ୍କବାଦୀ ଗୋଷ୍ଠୀ ସୋସିଆଲ ମିଡିଆରେ ଏବଂ ଗ୍ରାଉଣ୍ଡ ସ୍ତରରେ ମଧ୍ୟ ନିଜର ରଣନୀତି ଏବଂ କୌଶଳ ପରିବର୍ତ୍ତନ କରିଛନ୍ତି । ଜଣେ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିବା ନୂତନ ଆତଙ୍କବାଦୀମାନେ ଗରିଲା ଯୁଦ୍ଧ ଉପାୟରେ ରେ ତାଲିମ ନେଉଛନ୍ତି । ତାଲିକାଭୁକ୍ତ ଆତଙ୍କବାଦୀଙ୍କ ମଧ୍ୟରୁ ଅନେକ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି । କାଶ୍ମୀର ସ୍ଥିତ ଆତଙ୍କବାଦୀମାନେ ସର୍ବଦା ପୋଲିସର ରେକର୍ଡରେ ରହିଆସିଛନ୍ତି । ଏହି କାରଣରୁ, ସୁରକ୍ଷା ଏଜେନ୍ସିଗୁଡ଼ିକ ସେମାନଙ୍କ ନିକଟରେ ପହଞ୍ଚିବା ଅତି ସହଜ ହୋଇଥାଏ । କିନ୍ତୁ ସୋସିଆଲ ମିଡିଆରେ ଭୁଲ୍ ରଣ କୌଶଳ ଏବଂ ଏବଂ ମୌଳିକ ସ୍ତରରେ ବିଭିନ୍ନ କୌଶଳ ଯୋଗୁଁ ସୁରକ୍ଷା ବଳର ଚାଲେଞ୍ଜ ବୃଦ୍ଧି ପାଇଛି।

ଏଜେନ୍ସିଗୁଡିକ କ’ଣ ପରିବର୍ତ୍ତନ କରୁଛନ୍ତି?

ଅଧିକାରୀମାନେ କହିଛନ୍ତି ଯେ ଏଜେନ୍ସିମାନେ ଅନଲାଇନ୍ ପ୍ଲାଟଫର୍ମ ମନିଟରିଂ, କାଉଣ୍ଟର ଷ୍ଟ୍ରାଟେଜୀ ଏବଂ ସୀମା ପ୍ରଚାରର ଜବାବ ଦେବା ପାଇଁ ସୂଚନାର ସଠିକ୍ ବିଶ୍ଳେଷଣ ସହିତ ପରେସନରେ ବିଭିନ୍ନ ରଣନୀତିକ ପରିବର୍ତ୍ତନ କରୁଛନ୍ତି। ଏଥିପାଇଁ ଏକ ନୂତନ ସ୍ତରରେ ରଣନୀତି ଅଧୀନରେ କାର୍ଯ୍ୟ କରାଯାଉଛି ।

Get real time updates directly on you device, subscribe now.