fbpx
BJD SKY
BJD SKY

IRCTC ଲଞ୍ଚ କଲା ସ୍ପେଶାଲ୍ ଟୁର୍ ପ୍ଲାନ: ଶସ୍ତାରେ ଗୋଆ ବୁଲିବାକୁ ଆଜି ହିଁ ଟିକେଟ୍ ବୁକିଂ କରନ୍ତୁ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଧୀରେଧୀରେ ଶୀତ ପଡ଼ିଲାଣି । ବର୍ଷର ଏଇ ସମୟକୁ ପିକନିକ ଋତୁ କୁହାଯାଇଥାଏ । ଲୋକମାନେ ନିଜ ନିଜ ମନ ପସନ୍ଦର ସ୍ଥାନକୁ ବୁଲିବାକୁ ଯାଇଥାନ୍ତି । ନଭେମ୍ବର ମାସରୁ ଆରମ୍ଭ କରି ଜାନୁଆରୀ ମାସ ପର୍ଯ୍ୟନ୍ତ ଦେଶ ତଥା ରାଜ୍ୟର ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ପ୍ରବଳ ଜନ ସମାଗମ ହୋଇଥାଏ ।

ତେବେ ଏହା ମଧ୍ୟରେ ଶସ୍ତାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆସିଛି ଏକ ବଢ଼଼ିଆ ସୁଯୋଗ । ଇଣ୍ଡିଆନ୍ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ଗୋଆ ପରିଭ୍ରମଣ ପାଇଁ ଏକ ସ୍ପେଶାଲ ଟୁର ପ୍ୟାକେଜ୍ ଲଞ୍ଚ କରିଛି । ଗୋଆ ବୁଲିବାକୁ ଯିବା କେବଳ ଭାରତର ନୁହେଁ, ପୃଥିବୀର ଅଧିକାଂଶ ପର୍ଯ୍ୟଟକର ସ୍ୱପ୍ନ ରହିଥାଏ । ଏହି ପ୍ୟାକେଜରେ ଆପଣ ପ୍ରାକୃତିକ ସବୁଜିମା ଘେରା ପରିବେଶକୁ ଉପଭୋଗ କରିପାରିବେ । ଖ୍ରୀଷ୍ଟମାସ ନୂଆବର୍ଷ ସେଲିବ୍ରେସନ ପାଇଁ ଗୋଆ ବହୁତ ଖାସ୍ ହୋଇଥାଏ ।

ଆସନ୍ତା ଜାନୁଆରୀ ମାସ ୨୨ ତାରିଖରୁ ଏହି ଟୁର ଆରମ୍ଭ ହେବ । ଏହି ପ୍ୟାକେଜରେ ୫ ରାତି ଓ ୬ ଦିନ ରହିଛି । ଆଇଆରସିଟିସି ପକ୍ଷରୁ ଏହି ପ୍ୟାକେଜର ନାମ ‘ନ୍ୟୁ ଇୟର ବୋନାଞ୍ଜ ଇନ ଗୋଆ (ଇଜିଏ୦୧୩ବି)’ ରଖାଯାଇଛି । ଜଣେ ବ୍ୟକ୍ତିଙ୍କ ପାଇଁ ଏହି ପ୍ୟାକେଜର ମୂଲ୍ୟ ୪୭୨୧୦ ଟଙ୍କା, ଦୁଇ ଜଣଙ୍କ ପାଇଁ ୩୬୬୯୦, ତିନି ଜଣଙ୍କ ପାଇଁ ୩୬୦୭୦, ୫-୧୧ ବର୍ଷୀୟ ପିଲାଙ୍କ ପାଇଁ ୩୫୧୫୦, ୨-୪ ବଷୀୟ ପିଲାଙ୍କ ପାଇଁ ୩୪୫୩୦ ଟଙ୍କା ରଖାଯାଇଛି । ଯାତ୍ରୀମାନେ ବିମାନରେ ଗ୍ୱାହାଟୀରୁ ଗୋଆ ଇକୋନୋମି ସିଟରେ ବସି ଯାତ୍ରା କରିବେ । ଏହି ପ୍ୟାକେଜରେ ଆପଣମାନେ ଦକ୍ଷିଣ ଗୋଆ, ମଶିଙ୍ଗେ ମନ୍ଦିର, ଅନେକ ଚର୍ଚ୍ଚ, ଡୋନା ପାୱଲା, ଦୂଧସାଗର, ଅଗୁଆଡା, ବାପା, ବିଚ ଆଦି ଦେଖିପାରିବେ ।

Get real time updates directly on you device, subscribe now.