fbpx
BSKY
BJD MC SKY
BJD YOUTH SKY

IRCTC ଲଞ୍ଚ କଲା ସ୍ପେଶାଲ୍ ଟୁର୍ ପ୍ୟାକେଜ୍, କମ୍ ପଇସାରେ ନେପାଳ ବୁଲିବାର ମଜା ଉଠାନ୍ତୁ

ନୂଆଦିଲ୍ଲୀ: ଅଧିକାଂଶ ଲୋକଙ୍କର ଦେଶ, ବିଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବାର ସଉକ ରହିଥାଏ । ତେବେ ସେଥିପାଇଁ ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏକ ଶାନଦାର ଅଫର ଲଞ୍ଚ କରାଯାଇଛି । ଏହି ପ୍ୟାକେଜରେ ଆପଣମାନେ ହିମାଳୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଅନେକ ଧାର୍ମିକ ସ୍ଥଳ ପରିଦର୍ଶନ କରିପାରିବେ ।

ଏହି ପ୍ୟାକେଜର ଶୁଭାରମ୍ଭ ଭୋପାଳରୁ ଆରମ୍ଭ ହେବ । ପ୍ୟାକେଜରେ ମୋଟ ୬ ଦିନ ଓ ୫ ରାତି ରହିଥିବା ବେଳେ ଏହା ଅଗଷ୍ଟ ମାସ ୮ ତାରିଖରୁ ଆରମ୍ଭ ହେବ । ଆପଣ ପ୍ଲାଇଟରେ ଭୋପାଳରୁ ଦିଲ୍ଲୀ ଯାତ୍ରା କରିବା ପରେ ଦିଲ୍ଲୀରୁ କାଠମାଣ୍ଡୁ ଯିବେ । ଅଗଷ୍ଟ ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ ପ୍ୟାକେଜର ଯାତ୍ରା ଅବ୍ୟାହତ ରହିବ ।

କମ୍ଫର୍ଟ କ୍ଲାସରେ ଟ୍ରିପଲ ଅକ୍ୟୁପ୍ୟାନ୍ସିରେ ଜଣେ ବ୍ୟକ୍ତିଙ୍କୁ ୩୮,୪୦୦, ଡବଲ ଅକ୍ୟୁପ୍ୟାନ୍ସିରେ ଜଣେ ବ୍ୟକ୍ତିଙ୍କୁ ୩୮,୭୦୦ ଓ ସିଙ୍ଗଲ ଅକ୍ୟୁପ୍ୟାନ୍ସିରେ ଜଣେ ବ୍ୟକ୍ତିଙ୍କୁ ୪୬,୯୦୦ ଖର୍ଚ୍ଚ କରିବାକୁ ପଡ଼ିବ । ୨ରୁ ୧୧ ବର୍ଷୀୟ ଶିଶୁଙ୍କ କ୍ଷେତ୍ରରେ ବେଡ ପାଇଁ ୩୭,୭୦୦ ଓ ବିନା ବେଡ୍ ପାଇଁ ୩୨,୬୦୦ ଟଙ୍କା ରଖାଯାଇଛି । ଏହି ପ୍ୟାକେଜର ନାମ ନ୍ୟାଚୁରାଲି ନେପାଲ ଏକ୍ସ ଭୋପାଳ ରଖାଯାଇଛି । ଏହି ପ୍ୟାକେଜର ବୁକିଂ ପାଇଁ ଆପଣମାନେ ଆଇଆରସିଟିସିର ୱେବସାଇଟ ଙ୍ଗଙ୍ଗଙ୍ଗ.ସକ୍ସମଗ୍ଧମଗ୍ଧକ୍ଟଙ୍କକ୍ସସଗ୍ଦଜ୍ଞ.ମକ୍ଟଜ୍ଞକୁ ଯାଇ ଅନଲାଇନରେ ବୁକିଂ କରିପାରିବେ ।

Get real time updates directly on you device, subscribe now.