fbpx

ଏଣେତେଣେ ଭାଙ୍ଗି ପଡିଛନ୍ତି ମହାତ୍ମା ଗାନ୍ଧୀ! କୁଆଡେ ଗଲା ରାଷ୍ଟ୍ରପିତାଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ?

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଭାରତରେ ରାଷ୍ଟ୍ରପିତା ଭାବରେ ଆଖ୍ୟା ଦିଆଯାଇଛି । ପିଲାଠାରୁ ବୁଢା ପର୍ଯ୍ୟନ୍ତ ଗାନ୍ଧିଜୀଙ୍କୁ ସମ୍ମାନ ଜଣାଇବା ସହ ଭକ୍ତି ମଧ୍ୟ କରିଥାନ୍ତି । ଭାରତକୁ ସ୍ୱାଧୀନ କରିବାରେ ସେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ତେଣୁ ସମଗ୍ର ଦେଶବାସୀଙ୍କ ମନରେ ସେ ପରମପୂଜ୍ୟର ସ୍ଥାନ ପାଇଛନ୍ତି । କିନ୍ତୁ ଗୋଟିଏ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କର ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର । ରାଷ୍ଟ୍ରପିତାଙ୍କ ପ୍ରତିମାକୁ ଭାଙ୍ଗିରୁଜି ଏଣେତେଣେ ପଡିଥିବାର ଦେଖାଯାଇଛି । ପ୍ରତିମୂର୍ତ୍ତିର ଖଣ୍ଡ-ବିଖଣ୍ଡିତ ଅଂଶ ଏଣେତେଣେ ପଡିତିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ବାପୁଙ୍କ ପ୍ରତିମାର ମୁଣ୍ଡ ସେଠାରେ ଦେଖିବାକୁ ମିଳିନାହିଁ । ଏହି ମାମଲାକୁ ନେଇ ତାତି ଉଠିଛି କଂଗ୍ରେସ ।

ଏଭଳି ଏକ ଅଭାବନୀୟ ଏବଂ ଲଜ୍ଜାଜନକ ଘଟଣା ଘଟିଛି ପଞ୍ଜାବର ଅମୃତସର ଅଞ୍ଚଳରେ । ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ଅଜଣା ବ୍ୟକ୍ତି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଇଥିବା ଜଣାଯାଇଛି । ଭାଙ୍ଗି ଯାଇଥିବା ଏହି ପ୍ରତିମୂର୍ତ୍ତିର ଅଂଶକୁ ଉଦ୍ଧାର କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ । ତେବେ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାର ଭିଡିଓକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି ।

Mahatma Gandhi 's statue vandalised in Punjab | Cities News,The Indian  Express

ଗତକାଲି ବିଳମ୍ବିତ ରାତିିରେ ଏହି ଘଟଣା ଘଟିଥିବା କୁହାଯାଉଛି । ସମସ୍ତ ଲାଇଟ ବନ୍ଦ କରି ଏହି କାଣ୍ଡ ହୋଇଥିବା ସ୍ତାନୀୟ ଲୋକେ ଅଭିଯୋଗ କରିଛନ୍ତି । ପ୍ରତିମୂର୍ତ୍ତିର ହାତ-ଗୋଡ ଭାଙ୍ଗି ଏଣେତେଣେ ପଡିଥିବା ବେଳେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ ପୋଲିସକୁ ମିଳିନାହିଁ । ତେଣୁ ଦୁର୍ବୃତ୍ତମାନେ ଏହାକୁ ସାଙ୍ଗରେ ନେଇ ଚାଲି ଯାଇଥିବା ଅନୁମାନ କରାଯାଉଛି ।

ସେପଟେ କଂଗ୍ରେସ ଅଧ୍ୟକ୍ଷ ଅଶୋକ କୁମାର ସିଙ୍ଗଲା ସିଧାସଳଖ ଆପ ସରକାର ଉପରେ ଆଙ୍ଗୁଠି ଉଠାଇଛନ୍ତି । ଆପ ସରକାର କ୍ଷମତାକୁ ଆସିବା ପରେ ଅପରାଧିକ ମାମଲା ବଢିଥିବା କହିଛନ୍ତି ଅଶୋକ । ଗତ କିଛି ଦିନ ତଳେ ଶହୀଦ ଭଗତ ସିଂହଙ୍କ ପ୍ରତିମୂର୍ତ୍ତିକୁ ଅପମାନ କରି ଭାଙ୍ଗି ଦିଆଯାଇଥିଲା । ତେବେ ଉଭୟ ଘଟଣାର ଅଭିୁଯୁକ୍ତମାନଶଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଥାନା ପ୍ରଭାରୀ ହରଜୋତ ସିଂହ ।

Get real time updates directly on you device, subscribe now.