fbpx
BJD
BJD SKY
BJD SKY

ଦେଶରେ ଆଇନ ବ୍ୟବସ୍ଥା ଅଛି ନା ନାହିଁ: ବିଚ ରାସ୍ତାରେ ଶୂନ୍ୟକୁ ଫାୟାରିଂ କଲେ ଯୁବକ, ଦେଖନ୍ତୁ Video

BJD

ନୂଆଦିଲ୍ଲୀ: ଆଜିକାଲି ଅନେକ ବିବାଦୀୟ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ତେବେ ନିକଟରେ ଉତ୍ତରପ୍ରଦେଶର ରାଜଧାନୀରେ ଜଣେ ଯୁବକଙ୍କର ଏକ ଫାୟାରିଂ ଭିଡିଓ ସାମ୍ନାକୁ ଆସିଛି । ଯୁବକ ଜଣଙ୍କ ବିନା କାରଣରେ ଶୂନ୍ୟକୁ ଫାୟାରିଂ କରୁଥିବା ଦେଖାଯାଉଛି । ଏହି ଭିଡିଓଟି ଠାକୁରଗଞ୍ଜ ଅଞ୍ଚଳର ବୋଲି ପୋଲିସ ପକ୍ଷରୁ କୁହାଯାଉଥିବା ବେଳେ ଉକ୍ତ ଯୁବକଙ୍କ ସନ୍ଧାନ ଜାରି ରହିଛି ।

କିଛି ମାସ ପୂର୍ବରୁ ଲକ୍ଷ୍ନୌରେ ଏପରି ଏକ ଘଟଣା ଘଟିଥିଲା । କିଛି ଯୁବକ ବିଚ ରାସ୍ତାରେ ଫାୟାରିଂ କରି କାନୁନ ବ୍ୟବସ୍ଥାର ଧଜ୍ଜିଆ ଉଡ଼ାଇଥିଲେ । ସେ ସମୟରେ ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା । ତେବେ କିଛି ଯୁବକ ଲକ୍ଷ୍ନୌର ସୁଶାନ୍ତ ଗୋଲ୍ଫ ଥାନା ଅଞ୍ଚଳରେ ବାର୍ଥ ଡେ’ ଉତ୍ସବ ମନାଉଥିଲେ । ସେହି ସମୟରେ କିଛି ଯୁବକ ଶୂନ୍ୟକୁ ଫାୟାରିଂ କରିଥିଲେ ।

ଏହି ଭିଡିଓ ଭାଇରାଲ ହେବା ପରେ ଥାନାରେ ଏକ ମାମଲା ଦାୟର କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଟ୍ୱିଟ କରି ରାଜ୍ୟ ସରକାରଙ୍କୁ ନିନ୍ଦା କରିଛନ୍ତି । ଭାଜପା ୨.୦ ସରକାର ଅମଳରେ ୟୁପିରେ ଅରାଜକତା ବୃଦ୍ଧି ପାଉଥିବା ସେ କହିଛନ୍ତି । ତେବେ ଯୁବକମାନଙ୍କର ଏପରି ଅସାମାଜିକ କାର୍ଯ୍ୟକୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

Get real time updates directly on you device, subscribe now.