fbpx

IRCTC ମାଗଣାରେ ଦେଉଛି ଧାର୍ମିକ ଯାତ୍ରା ସୁଯୋଗ! ଖାଇବା ରହିବା ଖର୍ଚ୍ଚ ସବୁ ଛାଡ଼, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏକ ଶାନଦାର ଟୁର ପ୍ୟାକେଜ ଆସିଛି । ଏହି ପ୍ୟାକେଜରେ ଆପଣମାନେ ବାଲାଜି, ଶ୍ରୀକାଲାହସ୍ତି ସମେତ ଅନେକ ମନ୍ଦିର ବୁଲି ପାରିବେ । ଯଦି ଆପଣ ଧାର୍ମିକ ସ୍ଥଳ ଯାତ୍ରା କରିବାକୁ ପ୍ଲାନ କରୁଛନ୍ତି, ତେବେ ଏନେଇ ଆପଣଙ୍କ ପାଇଁ ଏକ ଖାସ୍ ଅଫର ଆସିଛି ।

ପ୍ୟାକେଜର ନାମ- ତିରୁପତି ଦେବସ୍ଥାନମ । ଟ୍ରାଭେଲିଂ ମୋଡ଼- ଫ୍ଲାଇଟ । କ୍ଲାସ- କମ୍ଫର୍ଟ । ଡେଷ୍ଟିନେସନ କଭର- ଲର୍ଡ ବାଲାଜୀ, ପଦମାବତୀ ମନ୍ଦିର, ଶ୍ରୀକାଲାହସ୍ତୀ । ପ୍ରସ୍ଥାନ ତାରିଖ- ସେପ୍ଟେମ୍ବର ୧୦ ଓ ସେପ୍ଟେମ୍ବର ୨୪ ତାରିଖ । ମୋଟ ସିଟ ସଂଖ୍ୟା- ୨୦ । ଏଥିପାଇଁ ଆପଣଙ୍କୁ ମାତ୍ର ୧୮,୭୮୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ଏହି ପ୍ୟାକେଜରେ ଆପଣଙ୍କୁ ପ୍ରଥମ ଦିନ ଦିଲ୍ଳୀରୁ ଚେନ୍ନାଇ ଯାତ୍ରା କରିବାକୁ ପଡ଼ିବ । ଦ୍ୱିତୀୟ ଦିନ ତିରୁପତିରୁ ଚେନ୍ନାଇ ବୁଲିବେ । ଏହା ପରେ ତୃତୀୟ ଦିନ ଦିଲ୍ଲୀକୁ ଫେରି ଆସିବେ । ପ୍ୟାକେଜରେ ସିଙ୍ଗଲ ଅକ୍ୟୁପ୍ୟାନ୍ସି ପାଇଁ ୨୦,୭୫୦ ଜଣ ପିଛା ଖର୍ଚ୍ଚ କରିବାକୁ ପଡ଼ିବ । ଡବଲ ପାଇଁ ୧୮,୮୯୦ ଓ ଟ୍ରିପଲ ପାଇଁ ୧୮,୭୮୦ ଟଙ୍କା ଦେବାକୁ ପଡ଼ିବ । ଏହାଛଡ଼ା ୫ରୁ ୧୧ ବର୍ଷର ପିଲାଙ୍କର ବେଡ୍ ପାଇଁ ୧୭,୩୬୦, ବିନା ବେଡ୍ ପାଇଁ ୧୭,୦୯୦ ଓ ୨ରୁ ୪ ବର୍ଷର ପିଲାଙ୍କ ପାଇଁ ୧୫,୭୨୦ ଟଙ୍କା ଦେବାକୁ ପଡ଼ିବ । ଏହି ପ୍ୟାକେଜ ବିଷୟରେ ଅଧିକ ଜାଣିବା ପାଇଁ ଆପଣ https://www.irctctourism.com/pacakage_description?packageCode=NDA10 ଲିଙ୍କକୁ ଯାଇ ସବିଶେଷ ସୂଚନା ପାଇପାରିବେ ।

Get real time updates directly on you device, subscribe now.