fbpx

କରୋନା ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଉ ନାହିଁ ତ ? କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନର କ୍ଲିନିକଲ ଟ୍ରାଏଲର ତଥ୍ୟକୁ ସାର୍ବଜନୀନ କରିବା ଦାବି ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, କାହାରିକୁ ଟିକା ନେବାକୁ ବାଧ୍ୟ କରାଯାଉ ନାହିଁ ତ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କାହାରିକୁ ଟିକା ନେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଟିକା ନନେବା କାରଣରୁ କାହାରିକୁ ଚାକିରିରୁ ବହିଷ୍କୃତ କରାଯାଇ ପାରିବ ନାହିଁ। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଚାରି ସପ୍ତାହ ପରେ ହେବ ବୋଲି ଅଦାଲତ କହିଛନ୍ତି।

ସୁପ୍ରିମକୋର୍ଟରେ ଏକ ଜନସ୍ଵାର୍ଥ ଆବେଦନ ଜରିଆରେ ଦୁଇଟି ଦାବି ରଖାଯାଇଥିଲା। ପ୍ରଥମ କରୋନା ଭ୍ୟାକ୍ସିନର କ୍ଲିନିକଲ ଟ୍ରାଏଲର ତଥ୍ୟ ସାର୍ବଜନୀନ କରାଯାଉ। ଦ୍ଵିତୀୟତଃ ଏହା ସୁନିଶ୍ଚିତ କରାଯାଉ ଯେ, କୌଣସି ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ବାଧ୍ୟ କରାନଯାଉ। ଏହି ଦୁଇଟି ପ୍ରଶ୍ନ ଉପରେ କେନ୍ଦ୍ର ସରକାରଙ୍କୁ ଉତ୍ତର ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି। କିନ୍ତୁ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେ ଭ୍ୟାକ୍ସିନର ପ୍ରଭାବ ଉପରେ କୌଣସି ପ୍ରଶ୍ନ ଉଠାଉ ନାହାନ୍ତି। ଅଦାଲତଙ୍କ କହିବା କଥା ନୋଟିସ୍ ଜାରି କରିବାର ଅର୍ଥ ଏହା ନୁହେଁ ଯେ, ଭ୍ୟାକ୍ସିନ ଉପରେ କୌଣସି ପ୍ରକାରର ସନ୍ଦେହ ପ୍ରକାଶ କରାଯାଉଛି।

ସୂଚନାଯୋଗ୍ୟ, ଭ୍ୟାକ୍ସିନର ବ୍ୟବହାରର ଅନୁମତି ଦେବା ପୂର୍ବରୁ ତାର କ୍ଲିନିକଲ ଟ୍ରାଏଲ କରାଯାଇଥିଲା। ଅର୍ଥାତ ପ୍ରଥମେ ପଶୁ ଏବଂ ପରେ ମଣିଷଙ୍କ ଉପରେ ଭ୍ୟାକ୍ସିନର ଯାଞ୍ଚ କରାଯାଇଥିଲା ଯେ, କରୋନା ଭ୍ୟାକ୍ସିନ କେତେ ପ୍ରଭାବଶାଳୀ। ଏହାର କୌଣସି କୁପ୍ରଭାବ ନାହିଁ ତ। ଏହା ମଣିଷଙ୍କଠାରେ କୌଣସି ପ୍ରକାରର କ୍ଷତି ପହଞ୍ଚାଇବ ନାହିଁ ତ।

ସରକାର ନିଜର ପକ୍ଷ ରଖିବେ

ସୁପ୍ରିମକୋର୍ଟ ଏହା ଉପରେ କେନ୍ଦ୍ର ସରକାରଙ୍କଠୁ ଜବାବ ଲୋଡିଛନ୍ତି ଯଦ୍ଵାରା ପାରଦର୍ଶିତା ବଜାୟ ରଖାଯାଇ ପାରିବ ନାହିଁ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସଂପ୍ରତି ଏହା ଉପରେ ଅଧିକ ପ୍ରଶ୍ନ କରାଯାଇ ପାରିବ ନାହିଁ। ଆଜି ମଧ୍ୟ ଲୋକେ କରୋନାରେ ମରୁଛନ୍ତି। ସରକାର କହୁଛନ୍ତି ଯେ, କରୋନାରୁ ଲଢିବା ପାଇଁ ଭ୍ୟାକ୍ସିନ ହିଁ ଏକ ମାତ୍ର ଅସ୍ତ୍ର। ତଥାପି ଆମେ ଚାହୁଁଛୁ ଯେ ସରକାର ନିଜର ପକ୍ଷ ରଖନ୍ତୁ।

ବିଚାରପତି ଏଲ ନାଗେଶ୍ଵର ରାଓ କହିଛନ୍ତି, ଏବେ ମାମଲା ବହୁତ ସଙ୍ଗୀନ ରହିଛି। ତଥାପି ସରକାରକୁ ନିଜର ପକ୍ଷ ରଖିବାକୁ ଦିଆଯାଉ। ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ, କେନ୍ଦ୍ର ସରକାର କରୋନା ଭ୍ୟାକ୍ସିନକୁ କାହା ପାଇଁ ମଧ୍ୟ ଜରୁରୀ କରି ନାହାନ୍ତି। ଏହା ସ୍ଵେଚ୍ଛାକୃତ। ଏହା ପରେ ମଧ୍ୟ ଅନେକ ସ୍ଥାନରେ ଲୋକଙ୍କୁ ଭ୍ୟାକ୍ସିନ ପାଇଁ ବାଧ୍ୟ କରାଯାଉଛି। ଅନେକ କମ୍ପାନୀରେ ନିଜର କର୍ମଚାରୀଙ୍କୁ ଭ୍ୟାକ୍ସିନ ନେବା ପାଇଁ ବିବଶ କରାଯାଉଛି। ଅନେକ ଜାଗାରେ ସରକାରୀ ସୁବିଧା କିମ୍ବା ସେବା ପାଇଁ ମଧ୍ୟ ଟିକା ନେବା ବାଧ୍ୟତାମୂଳକ କରାଯାଇଛି। ଏହା ବେଆଇନ ବୋଲି ଆବେଦନରେ ଦର୍ଶାଯାଇଛି।

Get real time updates directly on you device, subscribe now.