fbpx

‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’ କହିବାକୁ ଭଲ ଲାଗୁଛି ନା କେବଳ ‘ଭାରତ’ କହିଲେ ଭଲ ଲାଗିବ? ଦେଶର ନାମ ବଦଳିବାକୁ ନେଇ ସବୁଠି ଚର୍ଚ୍ଚା…

ଓଡିଶା ଭାସ୍କର; ଭାରତକୁ ନେଇ ଦେଶରେ ମହାଭାରତ ଆରମ୍ଭ ହୋଇଛି । ଜି -୨୦ ସମ୍ମିଳନୀରେ ଅନୁଷ୍ଠିତ ରାତ୍ରୀଭୋଜନରେ ଅତିଥିଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଇଥିଲା। ଯାହାକୁ ନେଇ ବିବାଦ ଦେଖାଦେଇଛି। ଦେଶର ନାମ ‘ଇଣ୍ଡିଆ’ରୁ ସରକାରୀ ଭାବେ ‘ଭାରତ’ ହୋଇଯିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଏହି ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ବି ଖୁବ ସରଗରମ ରହିଛି। ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଓ ଖେଳାଳୀମାନେ ମଧ୍ୟ ଏପ୍ରସଙ୍ଗରେ ମତ ରଖୁଛନ୍ତି। କିଏ କହୁଛି ସମ୍ବିଧାନ ଅନୁଯାୟୀ ଏହାକୁ ଇଣ୍ଡିଆ ହିଁ ରହିବା ଦରକାର । ସେହିପରି ଆଉ କେହି କହୁଛି ‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’ ବୁଲେଇ ବଙ୍କେଇ ନକହି ଏହାକୁ ସିଧାସଳଖ ଭାରତ ବୋଲି କୁହାଯାଉ । ଏମାନଙ୍କ ମଧ୍ୟରେ କେତେ ଜଣ କହୁଛନ୍ତି ଯେ, ଇଣ୍ଡିଆ ବିଦେଶୀ ଶବ୍ଦ ବା ଇଂରେଜ ସରକାର ରଖିଥିବା ନାମ ତେଣୁକରି ଏହାକୁ ବଦଳାଇବା ଦରକାର ।

ତେବେ ଏଠାରେ କହି ରଖୁଛୁ ଏହି ବିାଦ ଏବେର ନୁହେଁ । ଏହି ସମାନ ବିବାଦ ୨୦୧୬ମସିହାରେ ମଧ୍ୟ ମୁଣ୍ଡ ଟେକିଥିଲା। ଯାହାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନହିତ ଯାଚିକା ଦାଖଲ କରାଯାଇଥିଲା। ସେହି ସମୟରେ ଏହି ମାମଲାକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ। ମାମଲାର ଶୁଣାଣି କରି କୋର୍ଟ କହିଥିଲେ, ସମ୍ବିଧାନର ଧାରା-୧ଅନୁସାରେ ‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’। ଦେଶର ସମସ୍ତ ନାଗରିକ ଦେଶକୁ ଇଣ୍ଡିଆ ହେଉ କି ଭାରତ ସ୍ୱାଧୀନ ଭାବେ କହିପାରିବେ। କିନ୍ତୁ ଦେଶର ସରକାରୀ ସ୍ତର ଠାରୁ ଆରମ୍ଭ କରି ଖେଳ ଓ ବିଶ୍ୱର ବିଭିନ୍ନ ପ୍ଲାଟଫର୍ମରେ ‘ଇଣ୍ଡିଆ’ ନାମ ପ୍ରଚଳିତ ହେଉଛି । ତେବେ ବର୍ତ୍ତମାନ ଦେଶର ନାମ ବଦଳାଇବା ପ୍ରସଙ୍ଗ ଚର୍ଚ୍ଚାରେ ରହିଥିବା ବେଳେ ସମସ୍ତେ ନିଜ ନିଜର ମତ ପ୍ରକାଶ କରୁଛନ୍ତି । ତେବେ ‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’ ରହିବା ଭଲ ହେବ ନା ଏହାକୁ ବଦଳାଯାଇ କେବଳ ‘ଭାରତ’ ରଖାଯିବ ଏନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.