fbpx

ଗାଡିରେ ଟାଙ୍କି ଫୁଲ୍ କରିବା କେତେ ସୁରକ୍ଷିତ ?: ପ୍ରକୃତ ସତ୍ୟ ସାମନାକୁ ଆଣିଲା ଇଣ୍ଡିଆନ ଅଏଲ

AAKASH

ଗରମ ଦିନରେ ଗାଡିରେ ଟାଙ୍କି ଫୁଲ୍ କରି ପେଟ୍ରୋଲ କିମ୍ବା ଡିଜେଲ ରକିବା ବିପଦଜନକ ହୋଇପାରେ । ଯଦି ଆପଣଙ୍କ ପାଖକୁ ମଧ୍ୟ ଏହିପରି କିଛି ମେସେଜ ଆସୁଛି ତେବେ ସତର୍କ ହୋଇଯାଆନ୍ତୁ । କାରଣ ଏହି ପ୍ରକାର ମେସେଜ ଗୁଡିକୁ ଫର୍ଜି ବୋଲି କହିଛି ଇଣ୍ଡିଆନ ଅଏଲ । ଏହା ସହିତ ଗାଡିରେ ପେଟ୍ରୋଲ କିମ୍ବା ଡିଜେଲ ଫୁଲ କରିବା ଏକଦମ ସୁରକ୍ଷିତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ସୋଶିଆଲ ମିଡିଆରେ ଗତ କିଛି ଦିନରୁ ଏହି ମେସେଜ ଖୁବ ଭାଇରାଲ ହେବାରେ ଲାଗିଛି । ଆଗାମୀ ଦିନରେ ତାପମାତ୍ରା ଆହୁରି ବଢିବାକୁ ଯାଉଛି । ତେଣୁ ଗାଡିରେ ଅଧିକ ପେଟ୍ରୋଲ ନ ରଖିବାକୁ ଆସୁଛି ମେସେଜ । ନଚେତ ଏହା ବିସ୍ଫୋରଣର କାରଣ ହୋଇପାରେ ବୋଲି ମଧ୍ୟ କୁହାଯାଉଛି । ଏହି ସପ୍ତାହରେ ଟାଙ୍କି ଫୁଲ୍ ଥିବାରୁ ୪ଟି ଗାଡିରେ ବିସ୍ଫୋରଣ ହୋଇଥିବା ଏହି ଭାଇରାଲ ମେସେଜରେ ଚେତାବନୀ ଦିଆଯାଇଛି । ଏହା ସହିତ ଟାଙ୍କି ଖୋଲା ରଖି ପବନ ଆସିବା ପାଇଁ ଫାଙ୍କା ଦେବାକୁ ପରାମର୍ଶ ଦିଆ ହୋଇଛି ଏହି ମେସେଜରେ ।

ତେବେ ଇଣ୍ଡିଆନ ଅଏଲ ଏହି ସବୁ ଘଟରାକୁ ଗୁଜବ ବୋଲି କହିଛନ୍ତି । ଏହା ସହିତ ଗ୍ରାହକମାନେ ଗାଡିର ଟାଙ୍କି ପୁଳ କରିପାରିବେ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ଏହାଦ୍ୱାରା ଚାଳକଙ୍କୁ କିମ୍ବା ଗାଡିକୁ କୌଣସି ପ୍ରକାର ବିପଦ ନାହିଁ ବୋଲି କହିଛି ଇଣ୍ଡିଆନ ଅଏଲ । ତେବେ ସେ ଗରମ ହେଉ କିମ୍ବା ଥଣ୍ଡା ଦିନ ପ୍ରତ୍ୟେକ ଋତୁରେ ଆପଣ ଗାଡିର ଟାଙ୍କି ଫୁଲ୍ କରି ନିଦ୍ୱନ୍ଦ୍ୱରେ ରହିପାରିବେ ।

Get real time updates directly on you device, subscribe now.