fbpx
BSKY
BJD YOUTH SKY
BJD MS SKY

ସୁଇମିଂ ପୁଲରେ ଜନ୍ମଦିନ ପାଳନ କଲେ ଅଷ୍ଟ୍ରେଲିଆର କୋଟିପତି ଗୁଟକା ବେପାରୀ

ଅଷ୍ଟ୍ରେଲିଆର କୋଟିପତି ଗୁଟକା ବେପାରୀ ଟ୍ରେଭେର୍ସ ବେୟୋନ ନିଜର ଜନ୍ମଦିନ ପାଳନ ପାଇଁ ଜଣାଶୁଣା । ନିକଟରେ ସେ ତାଙ୍କର ୫୦ ତମ ଜନ୍ମଦିବସକୁ ଖୁବ ଧୁମଧାମରେ ପାଳନ କରିଛନ୍ତି । ଜନ୍ମଦିନ ଅସରରେ ୧୫୦ ସୁନ୍ଦରୀ ମହିଳାଙ୍କ ସହିତ ସୁଇମିଂ ପୁଲରେ ମଜା କରୁଥିବା ନଜର ଆସିଥିଲେ ।

ଟ୍ରେଭେର୍ସ ବିଖ୍ୟାତ ମାଗାଜିନ ପ୍ଲେଲବୟର ପ୍ରତିଷ୍ଠାତା ହ୍ୟୁ ହେଫନରକୁ କହିଛନ୍ତି ଯେ ସେ ନିଜକୁ ଦି କ୍ୟାଣ୍ଡିମ୍ୟାନ୍ ବୋଲି ଡାକନ୍ତି । ଟ୍ରେଭେର୍ସ ବିବାହିତ ଅଟନ୍ତି, ତାଙ୍କର ସନ୍ତାନ ମଧ୍ୟ ଅଛନ୍ତି । ଟ୍ରେଭେର୍ସ ନିଜର ଗୁଟକା ବ୍ୟବସାୟ ତଥା ବିଶ୍ୱ ସାରା ବୁଲି ପାର୍ଟି କରିବା ଲାଗି ଜଣାଶୁଣା । ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଆରାମଦାୟକ ଜୀବନଶୈଳୀ ତଥା ନିଜର ଗାର୍ଲଫେଣ୍ଡଙ୍କ ସହିତ ନିଜର ଫଟୋ ଗୁଡ଼ିକ ଶେୟାର କରିଥାଆନ୍ତି।

ନିକଟରେ ସେ ତାଙ୍କର ଜନ୍ମଦିନରେ ନିଜ ବଙ୍ଗଳା( କ୍ୟାଣ୍ଡି ଶପ ମାନଶନ)ରେ ଏକ ପୁଲପାର୍ଟିର ଆୟୋଜନ କରିଥିଲେ । ଏଥିରେ ସେ ତାଙ୍କର ମହିଳା ବନ୍ଧୁମାନଙ୍କ ସହିତ ମଜା କରୁଥିବା ନଜର ଆସିଥିଲା । ଏହି ପାର୍ଟି ସକାଳୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ଟ୍ରେଭେର୍ସ ବେୟୋନ କହିଛନ୍ତି । ଏହି ପାର୍ଟିରେ ତାଙ୍କର ପତ୍ନି ପୁଅ-ଝିଅ ମଧ୍ୟ ସାମିଲ ହୋଇଥିଲେ । ଡେଲିଷ୍ଟାରର ଏକ ରିପୋର୍ଟ ଅନୁଯାୟୀ ଏହି ପାର୍ଟି ମାର୍ଚ୍ଚ ୧୯ ତାରିଖରେ ଆୟୋଜିତ ହୋଇଥିଲା ।

ଏଭଳି ପାର୍ଟି ଆୟୋଜିନ କରିବା ବିଷୟରେ ପଚରା ଯିବାରୁ ଟ୍ରେଭେର୍ସ ବେୟୋନ କହିଛନ୍ତି ଯେ ତାଙ୍କୁ ଏଭଳି ପାର୍ଟି କରୁିବା ପସନ୍ଦ । ଏହାଦ୍ୱାରା ଲୋକେ ମନୋରଞ୍ଜନ କରିପାରିବେ ଏବଂ ସୁନ୍ଦର ଅନୁଭବ ନେଇ ଫେରିବେ । ଏହାଦ୍ୱାରା ଆମର ଅତିଥି କେବେ ନିରାଶ ହେବେ ନାହିଁ ବୋଲି ସେ କହିଛନ୍ତି । ଟ୍ରେଭେର୍ସ ବେୟୋନଙ୍କର ଏକାଧିକ ପତ୍ନୀ ରହିଥିବାର ଖବର ମଧ୍ୟ ଅଛି।

 

Get real time updates directly on you device, subscribe now.