fbpx

ମୁମ୍ବାଇ ପରେ ଗୁଜୁରାଟ: କରୋନାର ନୂଆ ଭାରିଆଣ୍ଟରେ ଆକ୍ରାନ୍ତ ହେଲେ ଆଉ ଜଣେ ଭାରତୀୟ

AAKASH

ନୂଆଦିଲ୍ଲୀ: ମୁମ୍ବାଇ ପରେ ଏବେ ଗୁଜୁରାଟରେ ପହଞ୍ଚିଛି କରୋନାର ନୂଆ ଭାରିଆଣ୍ଟ ଢଋ । ଗୁଜୁରାଟରୁ କରୋନା ଭାରିଆଣ୍ଟର ଏକ ମାମଲା ସାମନାକୁ ଆସିଛି । ତେବେ ଏହି ଭାଇରସକୁ ଖୁବ ସଂକ୍ରାମକ ବୋଲି କୁହାଯାଉଛି । ତେଣୁ ସରକାର ଏଥିପ୍ରତି ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିଛନ୍ତି ।

ଏଠାରେ ଚିହ୍ନଟ ହୋଇଥିବା ପ୍ରଥମ ଆକ୍ରାନ୍ତ ଗତ ମାର୍ଚ୍ଚ ୧୩ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ଏକ ସପ୍ତାହ ପର୍ଯ୍ୟନ୍ତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ରହିଥିଲା । କିନ୍ତୁ ନମୁନା ପରୀକ୍ଷା କରିବାରୁ ସେ କରୋନାର ନୂଆ ଭାରିଆଣ୍ଟ XE ରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ତେବେ ଏହି ଭାରିଆଣ୍ଟ ଖୁବ ସଂକ୍ରାମକ ବୋଲି କୁହାଯାଉତିବା ବେଳେ ବିଏ.୨ ଭାଇରସ ଅପେକ୍ଷା ଏହା ୧୦ ପ୍ରତିଶତ ଅଧିକ ସଂକ୍ରାମକ ହୋଇଥାଏ ।

ଏହି ଭାରିଆଣ୍ଟ ଓମିକ୍ରନର ଏକ ସବ-ଭାରିଆଣ୍ଟ । ତେବେ ଏପର୍ଯ୍ୟନ୍ତ ଏହାକୁ ସେତେ ଭୟଙ୍କର ବୋଲି କୁହାଯାଇ ନଥିବା ବେଳେ ଏହା ଖୁବ କମ ସମୟ ମଧ୍ୟରେ ଅଧିକ ବ୍ୟାପିବାରେ ସକ୍ଷମ ହୋଇଥାଏ । ତେବେ ନୂଆ ଭାରିଆଣ୍ଟରେ ଚିହ୍ନଟ ହୋଇଥିବା ଦୁଇଟି ମାମଲାରେ କୌଣସି ଗମ୍ଭୀର ଲକ୍ଷଣ ଦେଖିବାକୁ ମିଳିନାହିଁ । ତେଣୁ ବେଶୀ ଆତଙ୍କିତ ନହେବା ପାଇଁ ଅପିଲ କରିଛନ୍ତି ସରକାର । କିଛି ବିଶେଷଜ୍ଞଙ୍କ ମତ ଅନୁସାରେ କରୋନାର କୌଣସି ବି ଭାରିଆଣ୍ଟ ଦେଶକୁ ଆଉ ଏକ ନୂଆ ଲହର ଆଣିପାରେ । ତେବେ ଏହା ବେଶୀ ଘାତକ ହୋଇନପାରେ କିମ୍ବା ସ୍ତିତି ଅଣାୟତ ହୋଇନପାରେ । ଦେଶରେ କରୋନାର ତୃତୀୟ ଲହରରେ ସ୍ଥିତି ନିୟନ୍ତ୍ରଣରେ ରହିବା ସହ ଦ୍ୱିତୀୟ ପର୍ଯ୍ୟାୟ ପରି ଭୟଙ୍କର ହୋଇନଥିଲା ।

Get real time updates directly on you device, subscribe now.