fbpx
BSKY
BJD YOUTH SKY
BJD MS SKY

ଅବିଶ୍ୱାସ ଭୋଟ କରିବାକୁ ପୁଣି ମନା କଲେ ବାଚସ୍ପତି, କହିଲେ ମୁଁ ଇମ୍ରାନ ଖାନଙ୍କ ସହିତ ଧୋକା କରିପାରିବି ନାହିଁ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅବିଶ୍ୱାସ ଭୋଟ ପୁର୍ବରୁ ସଂସଦରେ ତର୍କ ବିତର୍କ ଜାରି ରହିଛି । ଆଜି ଏହି ପ୍ରସ୍ତାବ ଉପରେ ଭୋଟ ହେବାର ଅଛି । ତେବେ ଜାତୀୟ ସଂସଦର ବାଚସ୍ପତି ଅସଦ କେସିଆର୍ ଭୋଟିଂ କରିବାକୁ ମନା କରି ଦେଇଛନ୍ତି । ସେ କହିଛନ୍ତି ଯେ ମୁଁ ଇମ୍ରାନ୍ ଖାନଙ୍କ ସହିତ ବିିଶ୍ୱାସ ଘାତ୍ କରି ପାରିବି ନାହିଁ । ଏଥି ପାଇଁ ମୋତେ ଯାହା ସଜା ମିଳିବ ତାହାକୁ ମୁଁ ଭୋଗିବାକୁ ପ୍ରସ୍ତୁତ ।

ଏହା ପୁର୍ବରୁ ଆଜି ସନ୍ଧ୍ୟାରେ ଇମ୍ରାନ୍ ଦେଶକୁ ସମ୍ବୋଧନ କରିଥିଲେ । ଏହି ସମୟରେ ସେ କହିଥିଲେ ଯେ ସେ ପାକିସ୍ତାନ ପାଇଁ ଶେଷ ବଲ୍ ପର୍ଯ୍ୟନ୍ତ ଲଢେଇ କରିଛନ୍ତି ଏବଂ ଆଗକୁ ମଧ୍ୟ ସେ ଏହା କରିବେ । ସୂଚନାଯୋଗ୍ୟ ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ସଂଙ୍କଟ ମଧ୍ୟରେ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟ ଜବରଦସ୍ତ ଝଟକା ଦେଇଥିଲେ । କୋର୍ଟ ସଂସଦର କାର୍ଯ୍ୟଶୈଳୀକୁ ଭୁଲ ଦର୍ଶାଇ ସଂସଦରେ ଇମ୍ରାନ ସରକାରଙ୍କ ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ବିଳମ୍ବିତ ରାତିକୁ ଅବିଶ୍ୱସ ପ୍ରସ୍ତାବ ଉପରେ ଭୋଟିଂ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.