fbpx

କାନ କୁଣ୍ଡେଇ ହେବା ସମସ୍ୟା ଦେଖାଯାଉଛି କି? ଏହି ପ୍ରତିକାର ଆପଣାନ୍ତୁ

କାନ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯଦି ଏହା ସଠିକ୍ ଭାବରେ କାମ ନକରେ ତେବେ ଦୁନିଆ ଏକ ନିଛାଟିଆ ସ୍ଥାନ ପରି ଅନୁଭବ କରିବାକୁ ଲାଗେ । ମଣିଷ କାନ ୨୦ ରୁ ୨୦ ହଜାର ହେର୍ଟଜ୍ ଫ୍ରିକ୍ୱେନ୍ସିର ଶବ୍ଦ ଶୁଣିପାରେ। ଯେତେବେଳେ ଏହି ଅଙ୍ଗରେ କୌଣସି ସମସ୍ୟା ଆରମ୍ଭ ହୁଏ ତେବେ ଏହାର ଗୁରୁତ୍ୱ ଆମକୁ ଜଣା ପଡିଥାଏ । କାନର ସମସ୍ୟା, ଯେପରିକି କାନ ଅବରୋଧ, ଏଥିରେ ମଇଳା ଜମା ହେବା, ଶ୍ରବଣ କରିବାରେ ଅସୁବିଧା, କାନରେ କ୍ଷତ ଇତ୍ୟାଦି। ଆପଣ ମଧ୍ୟ ଏହାକୁ ଅନୁଭବ କରିଥିବେ, ତେବେ ଚାଲନ୍ତୁ ଜାଣିବା କେଉଁ ଉପାୟ କଲେ କାନ ସମସ୍ୟା ଦୂର ହେବ।

କାନ କୁଣ୍ଡାଇ ହେଲେ ଅନେକ ସମସ୍ୟା ଦେଖାଦେଇଥାଏ । ଯେପରିକି ଆପଣ ଯଦି କେଉଁ ଲୋକଙ୍କ ସାମ୍ନାରେ ଅଛନ୍ତି ତେବେ କାନ କୁଣ୍ଡାଇବା ଏକ ଖରାପ ବ୍ୟବହାର ବୋଲି ଲାଗିଥାଏ । ଜାଣନ୍ତୁ କାନ କଣ ପାଇଁ କୁଣ୍ଡାଇ ହୋଇଥାଏ ।

ସଂକ୍ରମଣ ହେଉଛି କାନ କୁଣ୍ଡାଇ ହେବାର ମୁଖ୍ୟ କାରଣ । ସାଧାରଣତଃ ଥଣ୍ଡା କିମ୍ବା ଫ୍ଲ୍ୟୁ ହେତୁ, କାନରେ ଜୀବାଣୁ ସଂକ୍ରମଣ ହୋଇଥାଏ । ଏପରି ପରିସ୍ଥିତିରେ ଆପଣ କାନ ଯନ୍ତ୍ରଣା, କାନରୁ ତରଳ ପଦାର୍ଥ ବାହାରିବା ଏବଂ କୁଣ୍ଡାଇ ହେବା ଭଳି ସମସ୍ୟା ଦେଖା ଯାଇଥାଏ ।

କାନରେ ପ୍ରାକୃତିକ ଭାବେ ତେଲ ଉତ୍ପନ୍ନ ହୋଇଥାଏ । କିଛି ଲୋକେ ଏହା ପୋଛିବା ବଦଳରେ କାନରେ ତେଲ ପକାନ୍ତି ବା ଇୟରୱାକ୍ସ କରନ୍ତି । ସେଥିପାଇଁ କାନ କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଯାଇ ତରଳ ପଦାର୍ଥ କାନରୁ ବାହାରିଥାଏ । ଯଦି ଏପରି ସମସ୍ୟ ଉପୁଜୁଛି ତେବେ ଅଲିଭ ତେଲ କାନରେ ଶୋଇବା ପୂର୍ବରୁ ପକାଇ ଶୁଅନ୍ତୁ ।

Get real time updates directly on you device, subscribe now.