fbpx

ମିତାଲି ରାଜଙ୍କୁ ବିବାହ କରିବେ କି ଶିଖର ଧାୱନ? ନିଜେ ଏ ବିଷୟରେ କଲେ ଖୁଲାସା

AAKASH

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରୁ ବାଦ୍ ପଡିଥିବା ଓପନର୍ ଶିଖର ଧାୱନ ଏବେ ନିଜ ଶୋ’କୁ ନେଇ ଚର୍ଚ୍ଚାରେ । ଆନ୍ତର୍ଜାତିକ କ୍ରିକେଟକୁ ଧାୱନଙ୍କ ଫେରିବା ଏବେ ସହଜ ନୁହେଁ । ଆଘାତ କାରଣରୁ ସେ ଆଇପିଏଲ୍‌ର ଏହି ସିଜନ ମଝିରେ ହିଁ ବାହାରି ଯାଇଥିଲେ । ପଞ୍ଜାବ କିଙ୍ଗସ୍ କ୍ୟାପଟେନ୍ ଧାୱନଙ୍କ ସ୍ଥାନରେ ସାମ୍ କୁରାନ୍ କ୍ୟାପଟେନସିପ୍ କରିଥିଲେ । ତେବେ ଧାୱନଙ୍କ କ୍ରିକେଟ୍ କ୍ୟାରିୟର ଏବେ ଉଦିତ ହେବାକୁ ବସିଛି । ତାଙ୍କୁ ଏବେ ରାଷ୍ଟ୍ରୀୟ ଟିମ୍‌ରେ ସୁଯୋଗ ମିଳୁନାହିଁ । ଏହି ସମୟରେ ଧାୱନ ତାଙ୍କୁ ନେଇ ହେଉଥିବା ଏକ ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି । ଭାରତୀୟ ଟିମ୍ ଓପନର ଏହାକୁ ଏକ ଅଜବ ଧରଣର ତଥା ବିରକ୍ତିକର ଗୁଜବ ବୋଲି କହିଛନ୍ତି ।

ଧାୱନ କହିଛନ୍ତି ତାଙ୍କ ନାମରେ ଗୁଜବ ଉଠୁଛି କି ସେ ଟିମ୍ ଇଣ୍ଡିଆ(ମହିଳା)ର ପୂର୍ବତନ କ୍ୟାପଟେନ୍ ମିତାଲି ରାଜଙ୍କୁ ବିବାହ କରିବେ ବୋଲି । ଜିଓ ସିନେମାରେ ‘ଧାୱନ କରେଙ୍ଗେ ଶୋ’ରେ ସେ କହିଛନ୍ତି, ମୁଁ ଶୁଣିଛି କି ମୁଁ ମିତାଲି ରାଜଙ୍କୁ ବିବାହ କରିବାକୁ ଯାଉଛି! ଏହା ଏକ ବିରକ୍ତିକର ଗୁଜବ । ମିତାଲି ରାଜ ଏବେ ମହିଳା ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ଗୁଜରାଟ ଜଏଣ୍ଟସର ମେଣ୍ଟର ଅଛନ୍ତି । ଏହି ଶୋ’ରେ ଧାୱନ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ଋଷଭ ପନ୍ଥଙ୍କୁ ଜୋରଦାର ପ୍ରଶଂସା କରିଛନ୍ତି ଯିଏ କି ଏକ ବଡ ଆଘାତରୁ ସୁସ୍ଥ ହୋଇ ଟି ୨୦ ୱାର୍ଲ୍ଡ କପ୍ ଟିମ୍‌କୁ ଫେରିଛନ୍ତି ।

Get real time updates directly on you device, subscribe now.