fbpx

କଣ ଚନ୍ଦ୍ରଗ୍ରହଣ ପାଇଁ ଆସୁଛି ଘୂର୍ଣ୍ଣିବଳୟ? ଜାଣନ୍ତୁ ଏନେଇ କଣ କୁହନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ : ମେ ୨୬ ରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବାକୁ ଯାଉଥିବା ବେଳେ ଏହା ବୃଷ ରାଶି ଏବଂ ଅନୁରାଧା ନକ୍ଷତ୍ରରେ ଲାଗିବାକୁ ଯାଉଛି । ତେବେ ଏହି ଚନ୍ଦ୍ରଗ୍ରହଣ ପୃଥିବୀର ବିଭିନ୍ନ ଦେଶରେ ଦୃଶ୍ୟମାନ ହେବ । ଏହାକୁ ନେଇ ଅନେକ ଜ୍ୟୋତିଷାଚାର୍ଯ୍ୟ ଏବଂ ଜ୍ୟୋର୍ତିବିଜ୍ଞାନୀ ମାନେ ଭିନ୍ନ ଭିନ୍ନ ପ୍ରକାରର ଭବିଷ୍ୟବାଣୀ କରିଛନ୍ତି । ତେବେ ଏହି ଆଶିଂକ ଚନ୍ଦ୍ରଗ୍ରହଣକୁ ନେଇ ଜଣେ ବିଶିଷ୍ଟ ଜ୍ୟୋର୍ତିବିଜ୍ଞାନୀ କହିଛନ୍ତି ଯେ, ଏହା ସମୁଦ୍ରର ଜୁଆର ଏବଂ ଉଠୁଥିବା ତରଙ୍ଗ ଉପରେ କୌଣସି ପ୍ରକାରର ପ୍ରଭାବ ପକାଏ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଥିବା ଘୂର୍ଣ୍ଣିବଳୟର କାରଣ ଚନ୍ଦ୍ରଗ୍ରହଣ ନୁହେଁ । ଏହା କୌଣସି ରୂପରେ ବି ଘୂର୍ଣ୍ଣିବଳୟ ସହିତ ଯୋଡି ହୋଇନାହିଁ । ନଦୀ ଓ ଜଳସ୍ରୋତରେ ପ୍ରବାହ ବୃଦ୍ଧି ପାଇବା ଅବା ଉଚ୍ଚ ଜୁଆରଭଟ୍ଟକୁ କୌଣସି ଗ୍ରହ ସହ ଯୋଡା ଯିବା କଥା ନୁହେଁ । ସେ କହିଛନ୍ତି ଯେ, ଯଦି ସମୁଦ୍ରରେ ବାତ୍ୟା ଆସେ କିମ୍ବା ଖୁବ୍ ଜୋରରେ ଜଳ ପ୍ରବାହ ହୁଏ ତେବେ ଏହା ବାତ୍ୟା କାରଣରୁ ହୋଇଥାଏ କିମ୍ବା କୌଣସି ସାଇକ୍ଳୋଷ୍ଟିକ୍ ସିଷ୍ଟମ୍ କାରଣରୁ ସୃଷ୍ଟି ହୋଇଥାଏ ।

ସୂଚନାଯୋଗ୍ୟ, ପାଣିପାଗ ବିଭାଗ ତରଫରୁ ବାତ୍ୟା ନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୪ ତାରିଖରେ ଏହା ବାତ୍ୟା ରୂପ ନେବ ଏବଂ ୨୬ ତାରିଖରେ ଅବତରଣ କରିବ । ଯାହା ଅତି ଭୀଷଣ ହେବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାତ୍ୟା ପୂର୍ବରୁ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକୁ କେନ୍ଦ୍ର ପକ୍ଷରୁ ଆଲର୍ଟ କରାଯାଇଛି । ସମ୍ଭାବ୍ୟ ବାତ୍ୟା ଯୋଗୁଁ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.