fbpx
BJD SKY
BJD SKY

ଏଣିକି ୱେବସାଇଟରୁ ପାଇପାରିବେ କରୋନା ରିପୋର୍ଟ

BJD

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଜାରି ରହିଛି କରୋନାର ଦ୍ୱିତୀୟ ଲହର । ସେପଟେ ରାଜ୍ୟ ସରକାର ଏହାକୁ ପ୍ରତିହତ କରିବା ପାଇଁ ଜାରି କରିଛନ୍ତି ଲକଡାଉନ । ଏହାସହ ରାଜ୍ୟ ସରକାର କୋଭିଡ ଟେଷ୍ଟିଂକୁ ମଧ୍ୟ ବ୍ୟାପକ କରିଛନ୍ତି । ତେବେ ରାଜ୍ୟ ସରକାର କରୋନା ଲଢେଇରେ ଆଜି ଆଉ ଏକ ପଦକ୍ଷେପ ନେଇଛନ୍ତି, ରାଜ୍ୟ ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟକୁ ଲୋକାର୍ପିତ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ଶ୍ରୀ ମନୋଜ କୁମାର ମିଶ୍ର ।

ଏବେ ଲୋକେ ସେମାନଙ୍କର ଆରଟିପିସିଆର ଟେଷ୍ଟ କିମ୍ବା ରାପିଡ୍ ଆଣ୍ଟିଜେନ ଟେଷ୍ଟ ରିପୋର୍ଟକୁ ଅନଲାଇନ ମାଧ୍ୟମରେ ୱେବସାଇଟରୁ ଜାଣିପାରିବେ ଆବଶ୍ୟକ ସ୍ଥଳେ ଏହାକୁ ଡାଉନଲୋଡ ମଧ୍ୟ କରିପାରିବେ । ତେବେ ନମୁନା ଦେଇଥିବା ବ୍ୟକ୍ତି https://statedashboard.odisha.gov.in/ ୱେବସାଇଟକୁ ଯାଇ ସେମାନଙ୍କର ପଞ୍ଜୀକୃତ ମୋବାଇଲ ନମ୍ବର କିମ୍ବା ଏସଆରଏଫ ନମ୍ବର ଦେଇ ରିପୋର୍ଟ ପାଇପାରିବେ । ଫଳରେ ସେମାନଙ୍କୁ ଆଉ ରିପୋର୍ଟ ପାଇଁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ପଡିବନାହିଁ । ଏହି ଡିଜିଟାଲ ପରୀକ୍ଷା ରିପୋର୍ଟରେ ନମୁନା ପରୀକ୍ଷା କରିଥିବା ବ୍ୟକ୍ତିଙ୍କ ସମସ୍ତ ବିବରଣୀ ରହିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ଏହି ଅଭିନବ ବ୍ୟବସ୍ଥା ରିପୋର୍ଟ ସଂଗ୍ରହ ପ୍ରକ୍ରିୟାକୁ ସହଜ କରିବା ଦ୍ୱାରା ଲୋକଙ୍କୁ ସୁବିଧାରେ କୋଭିଡ ରିପୋର୍ଟ ମିଳିବା ସହ ଏହି କଠିନ ସମୟରେ ଜନସାଧାରଣଙ୍କ ପାଇଁ ଯଥେଷ୍ଟ ଉପଯୋଗୀ ହେବ ।”

 

Get real time updates directly on you device, subscribe now.