fbpx
BJD SKY
BJD SKY

ଉପକାରାଗାରେ ଫୁଟିଲା କରୋନା ବୋମା, ୮୩ ଜଣ ଅନ୍ତେବାସୀ କରୋନା ପଜିଟିଭ

BJD

ପଦ୍ମପୁର ୨୨/୦୫ : ଝାରପଡା ଜେଲ ପରେ ପଦ୍ମପୁର ଉପକାରାଗାରେ ଫୁଟିଲା କରୋନା ବୋମା । ଗୋଟିଏ ଦିନରେ ୮୩ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ହୋଇଥିବା ଅନ୍ତେବାସୀଙ୍କ ମଧ୍ୟରୁ ୫ ଜଣଙ୍କୁ ପଦ୍ମପୁର କୋଭିଡ଼ କେୟାର ସେଣ୍ଟରରେ ରଖାଯାଇଛି। ଏନେଇ ପଦ୍ମପୁର ଏସଡିଏମଓ ତହସିଲ ସାହୁ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ,  ପଦ୍ମପୁର ଉପ କାରାଗାର କଏଦୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରଥମେ ୩୦ ଜଣଙ୍କ ସଂକ୍ରମିତ  ଚିହ୍ନଟ ହୋଇଥିଲା । ଏହାପରେ ଜେଲରେ ଅନ୍ୟ ୧୨୪ ଜଣ ଅନ୍ତେବାସୀଙ୍କୁ ପରୀକ୍ଷା କରାଯିବାରୁ ସେମାନଙ୍କ ମଧ୍ୟରୁ ପୁଣି ୮୩ ଜଣ କଏଦୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ସମସ୍ତଙ୍କୁ ଆକ୍ରାନ୍ତଙ୍କ ଜେଲ୍‌ରେ ଥିବା ସ୍ବତନ୍ତ୍ର କ୍ବାରେଣ୍ଟାଇନ୍ ସେଣ୍ଟେର ରଖାଯାଇ ଚିକିତ୍ସା କରାଯାଉଛି। ୫ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ପରେ ପଦ୍ମପୁର କୋଭିଡ଼ କେୟାର ସେଣ୍ଟରରେ ରଖାଯାଇଥିବା ଜଣାପଡିଛି।

Get real time updates directly on you device, subscribe now.