fbpx
BJD SKY
BJD SKY

ଡିଆରଡିଓ ପ୍ରସ୍ତୁତ କଲା ଆଣ୍ଟି ବଡି ଟେଷ୍ଟିଂ କିଟ୍‌ ‘ଡିପ୍‌କୋଭାନ୍‌’, ଜୁନ୍ ମାସରେ ବଜାରରକୁ ଆସିବ ଏହି କିଟ୍‌

BJD

ନୂଆଦିଲ୍ଲୀ, ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ କରୋନା ପରୀକ୍ଷା ବିଳମ୍ବିତ ନେଇ ଅନେକ ଅଭିଯୋଗ ହେଉଛି । ଏପରି ସ୍ଥିତିର  ମୁକାବିଲା ପାଇଁ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ)  ଆଉ ଏକ ମେଡିକାଲ ଉପକରଣ ବଜାରକୁ ଛାଡିବାକୁ ଯାଉଛି । ଜଣେ ବ୍ୟକ୍ତିର ଦେହରେ କରୋନା ମୁକାବିଲା ପାଇଁ ଆଂଟିବଡି ତିଆରି ହୋଇଛି କି ନାହିଁ, ତାହା ଜାଣିବା ପାଇଁ ଡିଆରଡିଓ ଏହି ଉପକରଣ ପ୍ରସ୍ତୁତ କରିଛି । ଏହି କିଟ୍‌କୁ ‘ଡିପ୍‌କୋଭାନ୍‌’ ନାମ ଦିଆଯାଇଛି । ଏହା ଦେହରେ ଉଭୟ ସ୍ପାଇକ୍‌ ପ୍ରୋଟିନ ଏବଂ ନ୍ୟୁକ୍ଲିଓକ୍ୟାପସିଡ୍‌ ପ୍ରୋଟିନ୍‌ର ଉପସ୍ଥିତିକୁ ଚିହ୍ନଟ କରିପାରିବ । ଡିଆରଡିଓ ଅଧୀନରେ ଥିବା ଡିଫେନ୍‌ସ ଇନଷ୍ଟିଚ୍ୟୁଟ୍‌ ଅଫ ଫିଜିଓଲୋଜି ଏଣ୍ଡ ଆଲାଏଡ୍‌ ସାଇନେ୍‌ସସ ଲାବ୍‌ ଦିଲ୍ଲୀ ସ୍ଥିତ ଭାନଗାର୍ଡ ଡାଏଗ୍ନୋଷ୍ଟିକ୍ସ୍‌ ଲିମିଟେଡ ସହ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରିଛି ।

ଏହି କିଟ୍‌କୁ ନିର୍ମାଣର ୧୮ ମାସ ଭିତରେ ବ୍ୟବହାର କରାଯାଇପାରିବ । ଆଉ ୭୫ ମିନିଟ୍‌ ଭିତରେ ଏହା ସାହାଯ୍ୟରେ ଜଣକ ଦେହରେ କରୋନା ମୁକାବିଲା
ପାଇଁ ଆଂଟିବଡି ତିଆରି ହୋଇସାରିଛି କି ନାହିଁ, ତାହା କୁହାଯାଇପାରିବ । ପ୍ରାୟ ୧୦୦୦ ଜଣ କରୋନା ରୋଗୀଙ୍କ ଉପରେ ଏହାର ସଫଳତାପୂର୍ବକ ପରୀକ୍ଷା କରାଯାଇଛି । ଆସନ୍ତା ମାସରେ ଏହି କିଟ୍‌ ବଜାରରେ ଉପଲବ୍ଧ ହେବ ।

Get real time updates directly on you device, subscribe now.