fbpx

ଏଠି ଅଛିକି କୌଣସି ଅତୃପ୍ତ ଶକ୍ତି ! ପାଖରେ ନାହାନ୍ତି କେହି ହେଲେ ବାହାରୁଛି ଅନର୍ଗଳ ପାଣି…

ଇଏ ସରକାରୀ ପାଣି ନା କାହା ଘରର ପାଣି। ବୋହି ଚାଲିଛି ତ ବୋହି ଚାଲିଛି। କାହାକୁ ଫରକ ବି ପଡୁନି କି କାହାକୁ ଦେଖା ବି ଯାଉନି। ପାଖରେ ବି କେହି ନାହାନ୍ତି। ତାହେଲେ ଏଠି ପାଣି ବୋହୁଛି କେମିତି। ନଳକୂପରୁ ପୁଣି କିପରି ଅନର୍ଗଳ ପାଣି ବୋହି ଚାଲିଛି ଦେଖନ୍ତୁ। ହଁ ଦର୍ଶକବନ୍ଧୁ, ଏଦୃଶ୍ୟ କୁ ଦେଖିଲେ ଆପଣଙ୍କ ମନକୁ ଆସିଥିବ, ଏଭଳି ଭାବେ ପାଣି ବୋହୁଛି ତାହା କେମିତି ସମ୍ଭବ। ନଳକୂପର ନା କୌଣସି ସୁଇଜ୍ ଅଛି ଯାହାକୁ ମାରି ହେବ। ନା ପାଖରେ ଏଭଳି କେହି ଅଛନ୍ତି ଯିଏ ନଳକୂପକୁ ମୋଡୁଥିବ। ଏଠାରେ ଏହା କୌଣସି ଅତୃପ୍ତ ଶକ୍ତିର କାର୍ଯ୍ୟ ନୁହେଁ ତ। ଦର୍ଶକବନ୍ଧୁ, ଆମେ ଏଠାରେ କୌଣସି ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଁନେ। କିନ୍ତୁ ଏହି ଦୃଶ୍ୟ ହିଁ ବୟାନ କରୁଛି ଏମିତି କିଛି। ଆପଣ ଥରେ ଦେଖନ୍ତୁ ଏ ଦୃଶ୍ୟ କୁ।

ନଳକୂପରୁ ଅନର୍ଗଳ ବାହାରୁଛି ପାଣି। ନାଁ ତାକୁ କେହି ମୋଡୁଛନ୍ତି, ନାଁ ତା ପାଖରେ କେହି ଠିଆ ହୋଇଛନ୍ତି। ତଥାପି ପୁଣି ବହୁତ ଜୋର୍ ସୋର୍ରେ ବାହାରୁଛି ପାଣି। ପାଣି ବର୍ତ୍ତମାନ ଅସମ୍ଭାଳ ହୋଇ ପଡିଛି । ଆଖପାଖର ଲୋକଙ୍କ ମନରେ ସନ୍ଦେହ ଉପୁଜିବା ତ ସୁନିଶ୍ଚିତ। ଏଭଳି କିଛି ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଦରପୁରରୁ ଜଗତସିଂହପୁର ଯିବା ବାଟରେ। ସୂଚନା ଅନୁସାରେ , ଏହା ହେଉଛି ହାଜିପୁର ପାଖରେ ଥିବା ମଧ୍ୟ ଶାସନ ଗାଁର ଦଳେଇ ଘାଇ ପାଖର ଦୃଶ୍ୟ। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କାରଣ ସ୍ପଷ୍ଟ ହୋଇ ପାରିନଥିବା ବେଳେ ଦୃଶ୍ୟଟି ଲୋକଙ୍କ ମନରେ ଆହୁରି ସନ୍ଦେହ ସୃଷ୍ଟି କରୁଛି।

Get real time updates directly on you device, subscribe now.