fbpx

ରାଜ୍ୟର ସରକାରୀ ଡିଗ୍ରୀ କଲେଜମାନଙ୍କରେ ନିଯୁକ୍ତି ପାଇବେ ୩୩୪ ଶିକ୍ଷକ ଓ ଅଣଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସରକାରୀ ଡିଗ୍ରୀ କଲେଜମାନଙ୍କରେ ୩୩୪ ଜଣ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପାଇବେ । ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା କଲେଜମାନଙ୍କରେ ଏହି ନିଯୁକ୍ତି ଦିଆଯିବ । ସେମାନଙ୍କ ମଧ୍ୟରେ ୧୮ ଜଣ ଶାରୀରିକ ଶିକ୍ଷା ପ୍ରଶିକ୍ଷକ (ପିଇଟି), ୨୫ ଜଣ କନିଷ୍ଠ ଲାଇବ୍ରେରିଆନ ଓ ୨୯୧ ଜଣ ଲାବୋରେଟୋରୀ ଆସିଷ୍ଟାଣ୍ଟ-କମ୍-ଷ୍ଟୋର କିପରି ରହିଛନ୍ତି ।

ସମସ୍ତ ନବନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କର ଦିଗଦର୍ଶନ କାର୍ଯ୍ୟକ୍ରମ ଆସନ୍ତା ୨୫ ତାରିଖ ଅପରାହ୍ଣରେ ଲୋକସେବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଅନେକ ସମୟରେ ରାଜ୍ୟରେ ଶିକ୍ଷାର ବିକାଶ ଓ ନିଯୁକ୍ତି ନେଇ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି ।

ନିକଟରେ ରାଜ୍ୟ ସରକାର ଓଡ଼ିଶା ରାଜସ୍ୱ ସେବା (ଓଆରଏସ) ଗ୍ରୁପ-ଡି କ୍ୟାଡରରେ ୧୯୮ଟି ନୂତନ ପଦବୀ ସୃଷ୍ଟି କରିଥିଲେ । ରାଜ୍ୟର ବିଭିନ୍ନ ବିଭାଗ, ସରକାରୀ ଏଜେନ୍ସି, ସ୍ୱୟଂଶାସିତ ସଂସ୍ଥାଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ସେବା ଯୋଗାଇବା ସମ୍ଭବ ହେଉ ନଥିଲା । ତେଣୁ ଚକବନ୍ଦୀ କାର୍ଯ୍ୟାଳୟ, ପଞ୍ଜୀକରଣ କାର୍ଯ୍ୟାଳୟ ଓ ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନରେ ଅଧିକ ପଦବୀର ଆବଶ୍ୟକତା ପଡ଼ୁଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ନୂଆ ପଦବୀ ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.