fbpx

କଣ୍ଡୋମ ରାପରରେ ଚାଲିଛି ଚିକିତ୍ସା: ଆହତ ମହିଳାଙ୍କ ସହ ସରକାରୀ ଡାକ୍ତରଖାନାରେ ହେଲା ଏମିତି…

ମଧ୍ୟପ୍ରଦେଶ: ସରକାରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କ ସହ ହେଉଛି ଏକ ଅମାନବୀୟ ବ୍ୟବହାର । ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା କରିବା ବେଳେ ବ୍ୟାଣ୍ଡେଜ ବଦଳରେ ଡାକ୍ତର କଣ୍ଡୋମ ରାପରକୁ ବ୍ୟବହାର କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ମୁରୈନା ଜିଲ୍ଲାର ପୋରସା ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ଜଣେ ଆହତ ମହିଳାଙ୍କ ମୁଣ୍ଡରେ କପାର ବ୍ୟାଣ୍ଡେଜ ବଦଳରେ କଣ୍ଡୋମ ରାପର ବାନ୍ଧି ଡ୍ରେସିଙ୍ଗ କରିଛନ୍ତି ଏଠାକାର ଡାକ୍ତର ।

ସୂଚନା ଅନୁସାରେ, ମୁଣ୍ଡରେ ଆଘାତ ଲାଗିଥିବା ଜଣେ ମହିଳା ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ । ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ଦେଇଥିଲେ । ଏହାପରେ ମଧ୍ୟ ରକ୍ତସ୍ରାବ ବନ୍ଦ ନ ହୋଇ ନଥିଲା । ତେଣୁ ଡାକ୍ତର ବାବୁ କଣ୍ଡୋମର ଏକ ପ୍ୟାକେଟ ଲଗାଇ ମହିଳାଙ୍କ ମୁଣ୍ଡକୁ ବ୍ୟାଣ୍ଡେଜ କରିବା ସହ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଦେଇଥିଲେ । ଜିଲ୍ଲା ହସ୍ପିଟାଲରେ ଡାକ୍ତର ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ତେବେ ପ୍ରଥମେ ଏହି ଘଟଣାକୁ ସେତେ ଗୁରୁତ୍ୱ ଦିଆଯାଇ ନଥିଲା । କିନ୍ତୁ ଏହାର ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ଘଟଣାର ତଦନ୍ତ ସହ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଘଟଣାରେ ସମ୍ପୃକ୍ତ ଦୁଇ ଡାକ୍ତର ହେଉଛନ୍ତି ମୁଖ୍ୟ ଚିକିତ୍ସକ ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଡା. ରାକେଶ ଶର୍ମା ଏବଂ ପରୋସା ଖଣ୍ଡ ଚିକିତ୍ସା ଅଧିକାରୀ ଡା. ପୁଷ୍ପେନ୍ଦ୍ର ଡଣ୍ଡୋତିୟା ।

Get real time updates directly on you device, subscribe now.