fbpx

ଭାରତରେ ବଢ଼ିଲା ‘ଟମାଟୋ ଫ୍ଲୁ’ ବିପଦ, ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କରୁଛି ସଂକ୍ରମିତ: ଲାନ୍ସେଟ ରିପୋର୍ଟ

ନୂଆଦିଲ୍ଳୀ: ଗୋଟିଏ ପଟେ ଧିରେ ଧିରେ ଦେଶ କରୋନା ଭାଇରସ ଠାରୁ ମୁକ୍ତ ହେଉଥିବାବେଳେ । ଅନ୍ୟପଟେ ମଙ୍କିପକ୍ସ ଭଳି ଭାଇରସ ଚିନ୍ତାର କାରଣ ପାଲଟିଛି । ତେବେ ବର୍ତ୍ତମାନ ଭାରତରେ ଏକ ନୂଆ ରୋଗ ଏହାର କାୟା ବିସ୍ତାର କରିବାରେ ଲାଗିଛି । ‘ଟମାଟୋ ଫ୍ଲୁ’ (tomato flu) ବୋଲି କୁହାଯାଉଥିବା ଏହି ରୋଗ ପିଲାଙ୍କ ହାତ, ଗୋଡ଼ ଏବଂ ମୁହଁରେ ହେଉଥିବା ଏକ ସଂକ୍ରାମକ ରୋଗ । କେରଳ ଏବଂ ଓଡ଼ିଶାରେ ଏହି ରୋଗର ଚିହ୍ନଟ ହୋଇଛି ।

ଲାନ୍ସେଟ ଜର୍ଣ୍ଣାଲ (Lancet Journal) ଅନୂଯାୟୀ, ‘ଟମାଟୋ ଫ୍ଲୁ’ ମାମଲା ସର୍ବପ୍ରଥମେ କେରଳର କୋଲ୍ଲମରେ ମେ ୬ ତାରିଖରେ ସାମ୍ନାକୁ ଆସିଥିଲା ଏବଂ ଏପର୍ଯ୍ୟନ୍ତ ୮୨ ଜଣ ପିଲା ଏଥିରେ ସଂକ୍ରମିତ ହେଲେଣି । ଏମାନଙ୍କ ବୟସ ୫ ବର୍ଷରୁ କମ୍ ବୋଲି କୁହାଯାଇଛି । ଲାନ୍ସେଟ ଏହାର ରିପୋର୍ଟରେ କହିଛି ଯେ ଆମେ ବର୍ତ୍ତମାନ କୋଭିଡର ଚତୁର୍ଥ ଲହରରୁ ବାହାରକୁ  । କିନ୍ତୁ ଏହାରି ମଧ୍ୟରେ ଏକ ନୂଆ ଭାଇରସ ଯାହାକୁ ଟମାଟୋ ଫ୍ଲୁ କୁହାଯାଉଛି ସାମ୍ନାକୁ ଆସିଛି । ଏହି ସଂକ୍ରାମକ ରୋଗ ୦ ରୁ ୫ ବର୍ଷର ପିଲାଙ୍କୁ ଏହାର ଶିକାର କରୁଛି ।

ଏହି ଭାଇରସର ନାମ ଟମାଟୋ ଫ୍ଲୁ ଏଥିପାଇଁ କୁହାଯାଉଛି, କାରଣ ଏଥିରେ ସଂକ୍ରମିତ ହେବା ପରେ ପିଲାଙ୍କ ଶରୀରରେ ଟମାଟୋ ଭଳି ଲାଲ ରଙ୍ଗ ଫୋଟକା ପରି ଫଳିଯାଇଥାଏ, ଯାହା ଏହାର ମୁଖ୍ୟ ଲକ୍ଷଣ । ଟମାଟୋ ଫ୍ଲୁ ହେଲେ, ଥକ୍କା ଲାଗିବା, ବାନ୍ତି ହେବା, ଜ୍ୱର ଆସିବା, ଶରୀରରେ ପାଣିର ମାତ୍ରା କମିବା, ଆଣ୍ଠୁଗଣ୍ଠି ଫୁଲୁଯିବା, ଶରୀରରେ ଯନ୍ତ୍ରଣା ଏବଂ ସାମାନ୍ୟ ଏନଫ୍ଲୁଏନ୍ଜା ଭଳି ଲକ୍ଷଣ ଦେଖିବାକୁ ମିଳିଛି । ଓଡ଼ିଶ।।ରେ ୨୬ ପିଲାଙ୍କ ଠାରେ ଏହି ଭାଇରସ ଦେଖିବାକୁ ମିଳିଛି । କେରଳ, ତାମିଲନାଡୁ ଏବଂ ଓଡ଼ିଶା ବ୍ୟତୀତ ଅନ୍ୟ କେଉଁ ରାଜ୍ୟରେ ଏହା ଚିହ୍ନଟ ହୋଇନାହିଁ ।

Get real time updates directly on you device, subscribe now.