fbpx

(Video) ଡରନିରେ ପିଲେ ମୁଁ ଅଛି… ପିଲାଙ୍କୁ ବର୍ଷାରୁ ରକ୍ଷା କରିବାକୁ ଏମିତି କଲା ମା’ କୁକୁଡ଼ା

ନୂଆଦିଲ୍ଲୀ: ମା’ ଏହି ଶବ୍ଦ ସମସ୍ତଙ୍କର ଆପଣାର । ମା’ ସବୁବେଳେ ନିଜ ସନ୍ତାନର ରକ୍ଷା କରିଆସିଛି । ଜନ୍ମଦେବାଠାରୁ ଲାଳନପାଳନ କରି ବଡ଼ କରିବା ପର୍ଯ୍ୟନ୍ତ । ସବୁକ୍ଷେତ୍ରରେ ମା’ର ଅବଦାନ ଅତୁଳନୀୟ । ମା’ ବିନା ଏ ସଂସାର ଅଧୁରା । ସେ ମଣିଷ ହେଉ କିମ୍ବା ହେଉ ଅବା ପଶୁ ପ୍ରତିଟି ମା’ ନିଜର ସନ୍ତାନ ପାଇଁ ବ୍ୟଗ୍ର । ନିଜ ସନ୍ତାନକୁ ପ୍ରତିଟି ବାଧାବିଘ୍ନରୁ ରକ୍ଷା କରିବା ପାଇଁ ସବୁବେଳେ ତତ୍ପର ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ମା’ର ଭିଡିଓ ଭାଇରାଲ ହେଉଛି, ଯାହା ଖୁବ୍ ହୃଦୟସ୍ପର୍ଶୀ ହୋଇପାରିଛି । ତେବେ ଏଠାର କେହି ମଣିଷ ତ’ ନୁହେଁ ବରଂ ଏକ ମା’ କୁକୁଡ଼ା କିପରି ନିଜ ଛୁଆକୁ ବର୍ଷା ପାଣିରୁ ରକ୍ଷା ତାହା ଦେଖାଯାଉଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଗୋଟିଏ ମା’ କୁକୁଡ଼ା ନିଜ ଛୁଆକୁ ନିଜ ଡେଣା ତଳେ ଘୋଡ଼େଇ ରଖିଛି, ଯେମିତି ତା’ର ଛୁଆଗୁଡ଼ିକ ଓଦା ହେବେନାହିଁ । ଆଉ ଏହି ଭିଡିଓକୁ ନେଇ ଏବେ ବେଶ୍ ପସନ୍ଦ କରୁଛନ୍ତି । ସତରେ ପଶୁ ହେଲେ ବି ମା’ ସବୁବେଳେ ମା’ । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by RVCJ Media (@rvcjinsta)

Get real time updates directly on you device, subscribe now.