fbpx

BYJDର କାର୍ଯ୍ୟକାରୀ ସଭାପତି, ସେକ୍ରେଟାରୀ ଜେନେରାଲ, ବରିଷ୍ଠ ଉପସଭାପତି, ଜୋନ୍ ସଭାପତି, ଉପସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ କାର୍ଯ୍ୟକାରୀ ସଭାପତି, ସେକ୍ରେଟାରୀ ଜେନେରାଲ, ବରିଷ୍ଠ ଉପସଭାପତି, ଜୋନ୍ ସଭାପତି, ଉପସଭାପତି ନିଯୁକ୍ତି ପାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି । ଏହା ପୂର୍ବରୁ ୩୦ଟି ଜିଲ୍ଲା ପାଇଁ ବିଜେଡିର ବରିଷ୍ଠ ପର୍ଯ୍ୟବେକ୍ଷକ ଓ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତିଙ୍କ ନାମ୍ ଘୋଷଣା କରାଯାଇଥିଲା ।

କାର୍ଯ୍ୟକାରୀ ସଭାପତି: ବୈକୁଣ୍ଠନାଥ ନାଏକ, ଶୁଭେନ୍ଦୁ ମଙ୍ଗରାଜ, ଧ୍ରୁତି ରଞ୍ଜନ ମାର୍ଥା । ସେକ୍ରେଟାରୀ ଜେନେରାଲ: ଏଲିନା ଦାଶ । ବରିଷ୍ଠ ଉପସଭାପତି: ଜ୍ୟୋତ୍ସ୍ନାମୟୀ ପରିଡ଼ା, ସୁବାଶ ଚନ୍ଦ୍ର ନାୟକ, ମଣ୍ଟୁ ନାୟକ ।

ଜୋନ୍ ସଭାପତି: ଭୁବନେଶ୍ୱର- ବିଜୟ କେତନ ସାହୁ, କଟକ- ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ- ନଚିକେତା ସ୍ୱାଇଁ, ବଲାଙ୍ଗିର- ମଣୀନ୍ଦ୍ର ମହାନ୍ତି, ସମ୍ବଲପୁର- ଦେବାଶିଷ ପରିଡ଼ା, କୋରାପୁଟ- ତାପସ ତ୍ରିପାଠୀ, ବାଲେଶ୍ୱର- ଜୟରାମ ଦାସ ।

ଉପସଭାପତି: ଛବି ମହାଲିଳ, ସୋଫିଆ ଆଲମ, ସୁନିଲ କୁମାର ମହାନ୍ତି, ସୌମ୍ୟ ଶଙ୍କର ଚକ୍ରା, ସୁଭାଶିଷ ଖୁଣ୍ଟିଆ, ସୁନିଲ ପଣ୍ଡା, ତାରିଣୀ ପ୍ରସାଦ ନାୟକ, ଶୁଭ୍ରଜିତ ପାଢ଼ି, ସୁଜିତ ପ୍ରସାଦ ଦ୍ୱିବେଦୀ, ସମ୍ବିତ କୁମାର ନାୟକ, ଦିଲ୍ଲୀପ ସେନାପତି, ମାନଭଞ୍ଜନ ବେହେରା, ମିହିର ରଞ୍ଜନ ପରିଡ଼ା ।

Get real time updates directly on you device, subscribe now.