fbpx

ଦ୍ୱିତୀୟ ଦିନିକିଆ ମ୍ୟାଚକୁ କବଜା କଲା ଟିମ ଇଣ୍ଡିଆ: ଜିମ୍ବାୱେ ଦେଇଥିଲା କଡା ଟକ୍କର

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଦିନିକିଆରେ ମଧ୍ୟ ଭାରତ ବିଜୟ ହାସଲ କରିଛି । ୨୬ ତମ ଓଭରରେ ୧୬୨ ରନର ଛୋଟ ଟାର୍ଗେଟକୁ ହାସଲ କରି ନେଇଛି ରାହୁଲ ସେନା । ଫଳରେ ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଦ୍ୱିତୀୟ ବିଜୟଲାଭ କରିଛି ଇଣ୍ଡିଆ । ଏଥିସହ ଦିନିକିଆ ସିରିଜକୁ ମଧ୍ୟ ନିଜ ନାମରେ କରିନେଇଛି ମେନ ଇନ ବ୍ଲୁ ।

ଜିମ୍ବାୱେର ୧୬୨ ରନର ଏହି ଛୋଟ ଲକ୍ଷ୍ୟର ପିଛା କରି ପାଳି ଆରମ୍ଭ କରିଥିଲେ ଅଧିନାୟକ କେ.ଏଲ ରାହୁଲ ଏବଂ ଉପଅଧିନାୟକ ଶିଖର ଧୱନ । ତେବେ ପ୍ରଥମ ମ୍ୟାଚ ପରି ଏହି ମ୍ୟାଚରେ ଓପନିଂ ଯୋଡି କମାଲ କରି ପାରିନଥିଲେ । ଦ୍ୱିତୀୟ ଓଭରରେ ହିଁ ମାତ୍ର ୧ ରନ କରି ପାଭିଲିୟନ ପେରି ଯାଇଥିଲେ ଟିମ ଇଣ୍ଡିଆର କ୍ୟାପଟେନ ରାହୁଲ । ନ୍ୟାଉଚି ରାହୁଲଙ୍କୁ ଆଉଟ କରି ଦଳ ପାଇଁ ପ୍ରଥମ ଏବଂ ଏକ ବଡ ସଫଳତା ଦେଇଥିଲେ । ତେବେ ଏହାପରେ ଭାରତର ବ୍ୟାଟିଂ ଅର୍ଡର ସାମାନ୍ୟ ଦୋହଲ ଯାଇଥିଲା । ୧୪ ଓଭରରେ ୯୭ ରନ କରି ଦଳର ୪ ଜଣ ଖେଳାଳି ପାଭିଲିୟନ ଫେରିଯାଇଥିଲେ ।

କିନ୍ତୁ ଦଳକୁ ଆଉ ଥରେ ସଳକି ଛିଡା ହେବାରେ ସାହାଯ୍ୟ କରିଥିଲେ ଦୀପକ ହୁଡା ଏବଂ ୱିକେଟ କିପର ସଞ୍ଜୁ ସାମସନ । ୩୯ ବଲରୁ ସାମସନ ୩ଟି ଚୌକା ଏବଂ ୪ଟି ଛକା ସହ ଦଳ ପକ୍ଷରୁ ସର୍ବାଧିକ ୪୩ ରନର ପାଳି ଖେଳିଛନ୍ତି । ତାଙ୍କ ବ୍ୟତୀତ ଧୱନ ୩୩, ଶୁଭମନ ୩୩ ଏବଂ ଦୀପକ ହୁଡା ୨୫ ରନ କରିଛନ୍ତି । ଦଳକୁ ବିଜୟ ପାଇଁ ୧ ରନ ଆବଶ୍ୟକତା ଥିବା ବେଳେ ସାମସନ ଇନୋସେଣ୍ଟ କାୟାଙ୍କୁ ଏକ ବିଶାଳ ଛକା ମାରି ଦଳକୁ ବିଜୟ ଭେଟି ଦେଇଛନ୍ତି । ଏଥି ସହ ଦିନିକିଆ ସିରିଜ ଉପରେ ମଧ୍ୟ କବଜା କରିଛି ରାହୁଲ ସେନା ।

Get real time updates directly on you device, subscribe now.