fbpx

ସତୀଶ କୌଶିକଙ୍କ ହତ୍ୟାକାରୀ କି ଏହି ଲୋକ? ବଳାତ୍କାର ଅଭିଯୋଗ ରହିଛି ଏହି ଲୋକ ନାଁ ରେ…ଦୁବାଇ ପାର୍ଟିରେ ଥିଲେ ଦାଉଦ ଇବ୍ରାହିମଙ୍କ ପୁଅ

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ସତୀଶ କୌଶିକଙ୍କ ମୃତ୍ୟ ପରେ ବିଭିନ୍ନ ପ୍ରକାରର କଥା ସାମ୍ନାକୁ ଆସିଛି । ପ୍ରଥମେ ଏହାକୁ ହାର୍ଟ ଆଟକ୍ ବୋଲି କୁହାଯାଉଥିବା ବେଳେ ଏହାକୁ ହତ୍ୟାର ରୂପ ଦିଆଯାଉଛି । ଖୋଦ୍ ହତ୍ୟାକାରୀଙ୍କ ପତ୍ନୀ ଏହି ଦାବି କରିଛନ୍ତି । ୧୫ କୋଟି ଟଙ୍କା ପାଇଁ ମୋ ସ୍ୱାମୀ ବିକାସ ମାଲୁ ସତୀଶ କୌଶିକଙ୍କୁ ହତ୍ୟା କରିଛନ୍ତି ବୋଲି ଏକ ଚିଠି ଲେଖି ପୁଲିସକୁ ଜଣାଇଛନ୍ତି । ତେବେ ଆପଣମାନଙ୍କ ମନରେ ନିଶ୍ଚିୟ ପ୍ରଶ୍ନ ଉଠୁଥିବ ଏ ବିକାଶ ମଲୁ କିଏ?

ସତୀଶ କୌଶିକଙ୍କ ଶେଷ ପାର୍ଟି ଯେଉଁ ଫାର୍ମ ହାଉସରେ ହୋଇଥିଲା, ତାହାର ମାଲିକ ହେଉଛନ୍ତି ବିକାଶ ମଲୁ । ଏହା ସହିତ ସେ କୁବେର ଗ୍ରୁପ୍ ର ମାଲିକ ମଧ୍ୟ । କୁହାଯାଉଛି ଯେ ବିକାଶ ମାଲୁ ସତୀଶଙ୍କ ଫ୍ୟାମିଲ ଫ୍ରେଣ୍ଡ । ସେ ଯେତେବେଳେ ଦିଲ୍ଲୀ ଆସିଥିଲେ ଜାନୁୟାରୀ ୨୪ରେ “ପଠାନ’ ଫିଲ୍ମ ଦେଖିବା ପାଇଁ ସତୀଶ ଓ ନିଜ ପାଇଁ ଦୁଇଟି ଟିକେଟ ଆଣିଥିଲେ । ସେହି ଟିକେଟ୍ କୁ ବିକାଶ ମାଲୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତାଙ୍କ ଇନଷ୍ଟାଗ୍ରାମରୁ ଯାହା ଜଣାପଡେ ବଲିଉଡର ଅନେକ ଦାମୀନାମୀ କଳାକାର ସହ ତାଙ୍କର ଦୋସ୍ତି ରହିଛି । ତାଙ୍କ ଇଡନଷ୍ଟାଗ୍ରମ ପ୍ରୋଫାଇଲରେ ସିଙ୍ଗର-ର‌୍ୟାପର ହନି ସିଂହ ଠାରୁ ଆରମ୍ଭ କରି ରଣବୀର ସିଂହ ଏବଂ ସଲମାନ ଖାନ୍ ଙ୍କ ସହ ବିକାଶ ମାଲୁ ଫଟୋ ରହିଛି । ଏଥିରୁ ଜଣାପଡୁଛି ସେ ବଲିଉଡରେ ବହୁତ ପ୍ରସିଦ୍ଧ ଥିଲେ ।

ତାଙ୍କ ନାଁରେ ତାଙ୍କ ପତ୍ନୀ ଦୁଇ ମାସ ପୂର୍ବରୁ ବଳାତ୍କାର ମାମଲା ଆଣିଥିଲେ । ଏହା ବ୍ୟତୀତ ତାଙ୍କ ନାଁରେ ଅନେକ ଗୁଡିଏ ମାମଲା ମଧ୍ୟ ରହିଛି । ଏବେ ଶୁଣିବାକୁ ମିଳୁଛି ଯେ, ସେ କୁଆଡେ ସତୀଶ କୌଶଲଙ୍କ ଠାରୁ ୧୫ କୋଟି ଟଙ୍କା କରଜ ନେଇଥିଲେ । ଯାହା ସେ ଫେରାଇବାକୁ ଚାହୁଁନଥିଲେ । ସେହି ଟଙ୍କା ଫେରିବାକୁ ସତୀଶ ଅଗଷ୍ଟ ମାସରେ ଦୁବାଇ ମଧ୍ୟ ଯାଇଥିଲେ । ଦୁବାଇର ଏକ ପାର୍ଟିରେ ସେମାନେ ଯୋଗ ଦେଇଥିଲେ । ସେହିି ପାର୍ଟିରେ ଦାଉଦ ଇବ୍ରାହିମଙ୍କ ପୁଅ ଅନସ ମଧ୍ୟ ସାମିଲ ହୋଇଥିଲେ ।

सफेद रंग के घेरे में दिख रहा शख्स दाऊद का बेटा अनस बताया जा रहा है.

ବିକାଶଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ଏହି ୧୫ କୋଟି ଟଙ୍କା ପାଇଁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ବିକାଶ ସେହି ଟଙ୍କା ଦେବାକୁ ଚାହୁଁନଥିଲେ । ତେଣୁ ସେ ସତୀଶ କୌଣିକଙ୍କୁ ଭୁଲ ଔଷଧ ଦେଇଛନ୍ତି ଯାହା ଦ୍ୱାରା ତାଙ୍କ ମୃତ୍ୟୁ ହେବ ଏବଂ ବିକାଶକୁ ଟଙ୍କା ଫେରସ୍ତ କରିବାକୁ ପଡିବନାହିଁ ।

ଏହି ମାମଲାରେ ବିକାଶ ମାଲୁ ମଧ୍ୟ ଇନଷ୍ଟାଗ୍ରମରେ ସଫେଇ ଦେଇ ଲେଖିଛନ୍ତି ଯେ, ଆମ ସମ୍ପର୍କ ୩୦ ବର୍ଷର । ଦୀର୍ଘ ୩୦ ବର୍ଷ ଧରି ଆମେ ଉଭୟଙ୍କ ପରିବାରକୁ ଭଲ ଭାବରେ ଜାଣିଛୁ । ଏପର୍ଯ୍ୟନ୍ତ ସତୀଶଙ୍କ ମୃତ୍ୟୁ ଦୁଃଖରୁ ମୁଁ ବାହାରିନି । କିନ୍ତୁ ମୋତେ ବଦନାମ କରିବାକୁ ଲୋକମାନଙ୍କୁ ଗୋଟିଏ ମିନିଟ୍ ବି ଲାଗିଲାନି । ଏତିକି କହିବି ଯେ ଦୁର୍ଘଟଣା କହିକି ଆସେନି, ଅକସ୍ମାତ୍ ଆସେ ।

Get real time updates directly on you device, subscribe now.