fbpx

ତୃପ୍ତି ଡିମରୀଙ୍କୁ ଡେଟ୍ କରୁଛନ୍ତି କି ଅନୁଷ୍କା ଶର୍ମାଙ୍କ ଭାଇ କର୍ନେଶ ଶର୍ମା ?

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତୃପ୍ତି ଡିମରୀ ଏବେ ଖୁବ୍ ଚର୍ଚ୍ଚାରେ । ଲୈଲା ମଜନୁ, ବୁଲ୍‌ବୁଲ୍ ଏବଂ କାଲା ଫିଲ୍ମ ଜରିଆରେ ଦର୍ଶକଙ୍କ ଦୃଷ୍ଟି ଆକର୍ଶଣ କରି ପାରିଥିଲେ। ଏବେ କିନ୍ତୁ ଅଭିନେତ୍ରୀ ଜଣକ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ରିପୋର୍ଟ ଅନୁସାରେ ଫିଲ୍ମ ନିର୍ମାତା ତଥା ‘କ୍ଲିନ୍ ସ୍ଲେଟ୍ ଫିଲ୍ମଜ’ର ସହ ସମ୍ପାଦକ କର୍ଣ୍ଣେଶ ଶର୍ମାଙ୍କ ସହିତ ରିଲେସନଶିପରେ ରହିଛନ୍ତି। କର୍ଣ୍ଣେଶ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଭାଇ ଅଟନ୍ତି।

ତୃପ୍ତି କର୍ଣ୍ଣେଶଙ୍କ ସହ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଉଭୟଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ଏହା ସହିତ ତୃପ୍ତି , ‘ମୋର ପ୍ରେମ’ ବୋଲି ଲେଖିଥିଲେ। ତୃପ୍ତି ଏବଂ କର୍ଣ୍ଣେଶ କିଛି ଦିନ ହେବ ପରସ୍ପରକୁ ଡେଟ କରୁଥିବା ଖବର ଆସିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଉଭୟେ ଏହି ବିଷୟରେ ସାର୍ବଜନୀନ ଭାବେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

ତୃପ୍ତି ୨୦୧୭ ମସିହାରେ ଫିଲ୍ମ ‘ପୋଷ୍ଟର ବଏଜ୍’ ମାଧ୍ୟମରେ ବଲିଉଡ୍‌ରେ ଡେଭ୍ୟୁ କରିଥିଲେ । ଏହାପରେ ରୋମାଣ୍ଟିକ୍ ଫିଲ୍ମ ଲୈଲା ମଜନୁ, ବୁଲ୍‌ବୁଲ୍ ଏବଂ କାଲା ମାଧ୍ୟମରେ ଦର୍ଶକଙ୍କ ମନକୁ ଛୁଇଁ ପାରିଛନ୍ତି । ଅନ୍ୟପଟେ କାଲା ଏବଂ ବୁଲ୍‌ବୁଲ୍ ଦୁଇଟି ଫିଲ୍ମର ପ୍ରଯୋଜନା କର୍ଣ୍ଣେଶ ଶର୍ମାଙ୍କ ‘କ୍ଲିନ୍ ସ୍ଲେଟ୍ ଫିଲ୍ମଜ’ କରିଥିଲା ।

ନିକଟରେ ଅଭିନେତ୍ରୀ ଇଟାଇମ୍ସ ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରି କହିଥିଲେ । ଯେଉଁଠାରେ କେହି ତାଙ୍କୁ ଦେଖୁଛନ୍ତି କି ବୋଲି ପଚରାଯାଇଥିଲା । ତା’ପରେ ତୃପ୍ତି କହିଛନ୍ତି ଯେ ‘ଜାହାଜ ପୁର୍ବରୁ ବାହାରି ସାରିଛି’। ସେହିଭଳି ଚାଟରେ ଅଭିନେତ୍ରୀ ତାଙ୍କ ବିବାହ ଯୋଜନା ବିଷୟରେ ମଧ୍ୟ କହିଥିଲେ । ସେ କହିଛନ୍ତି ଯେ ବିବାହ ବନ୍ଧନରେ ବାନ୍ଧିବା ପାଇଁ ତାଙ୍କୁ ଅତି କମରେ ୭-୮ ବର୍ଷ ଲାଗିବ ।

Get real time updates directly on you device, subscribe now.