fbpx
BSKY
BJD MC SKY
BJD YOUTH SKY

କାଲି ଲାଗିବ ବର୍ଷର ଦ୍ଵିତୀୟ ଓ ଶେଷ ସୂର୍ଯ୍ୟପରାଗ: ଗର୍ଭବତୀ ମହିଳାମାନେ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ଆସନ୍ତାକାଲି ସୂର୍ଯ୍ୟପରାଗ । ୨୦୨୩ ଅକ୍ଟୋବର ୧୪ ତାରିଖ ସୂର୍ଯ୍ୟପରାଗ । ବର୍ଷର ଶେଷ ସୂର୍ଯ୍ୟପରାଗ । ଏଥିସହିତ ଆସନ୍ତାକାଲି ମହାଳୟା ଅମାବାସ୍ୟା । ଏହିଦିନ ଗର୍ଭବତୀ ମହିଳା ମାନଙ୍କୁ ନିଜର ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗ ହେଉ କିମ୍ବା ଚନ୍ଦ୍ର ଗ୍ରହଣ ଏହି ସମୟରେ ନୀତି ନିୟମ ଅନୁସାରେ ସମୟ ଅତିବାହିତ କରିବା ଜରୁରୀ । ନଚେତ ଏହା ଉଭୟ ଗର୍ଭବତୀ ମା ଓ ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ ।

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ଗର୍ଭବତୀ ନାରୀ ଘର ବାହାରକୁ ବାହାରିବା ଉଚିତ ନୁହେଁ, ଏହାଦ୍ୱାରା ଗ୍ରହଣ ର ଖରାପ ପ୍ରଭାବ ଗର୍ଭବତୀ ନାରୀ ଙ୍କ ଉପରେ ପଡିଥାଏ । ଗ୍ରହଣର ଛାୟା ଠାରୁ ନିହାତି ଗର୍ଭବତୀ ନାରୀ ଦୁରେଇ ରହିବା ଜରୁରୀ ।

– ଗର୍ଭବତୀ ନାରୀ କଦାପି ଗ୍ରହଣ ଦେଖିବା ଉଚିତ ନୁହେଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ଦେଖିବା ଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ଗ୍ରହଣ ର ଖରାପ ପ୍ରଭାବ ପଡିଥାଏ ।

– ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ଗର୍ଭବତୀ ନାରୀ କଦାପି କୌଣସି ଧାରୁଆ ହତିଆର ଧରିବା କିମ୍ବା ବ୍ୟବହାର କରିବା ଉଚିତ ନୁହେଁ , ଏବଂ କୌଣସି ସିଲେଇ ମଧ୍ୟ କରିବା ଉଚିତ ନୁହେଁ । ଏହାଛଡା କଇଁଚି ଇତ୍ୟାଦିରେ କିଛି କଟାକଟି ମଧ୍ୟ କରନ୍ତୁ ନାହିଁ ।

– ଗ୍ରହଣ ଛାଡିବା ପରେ ଗର୍ଭବତୀ ନାରୀ ନିହାତି ସ୍ନାନ କରିବା ଆବଶ୍ୟକ ଏବଂ ହାତରେ ଦୁବ ଘାସ ଧରି ଈଶ୍ୱର ଙ୍କୁ ସ୍ମରଣ କରନ୍ତୁ । ଏହାପରେ ସେହି ଦୁବଘାସ କୁ ଠାକୁରଙ୍କ ନିକଟରେ ଅର୍ପଣ କରନ୍ତୁ ।

– ଗର୍ଭବତୀ ମହିଳା ମାନେ ଗ୍ରହଣ ସମୟରେ ରୋଷେଇ କରିବା ବର୍ଜନୀୟ, ଶୋଇବା ବର୍ଜନୀୟ, ସଜେଇ ହେବା ମଧ୍ୟ ବର୍ଜନୀୟ ଅଟେ । ଏହି ସମୟରେ ଆପଣ ରନ୍ଧା ଜିନିଷ ଭୋଜନ ନକରି କ୍ଷୀର ଫଳ ଇତ୍ୟାଦି ଖାଇ ପାରିବେ ।

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ଗର୍ଭବତୀ ନାରୀ ମାନେ ତୁଳସୀ ପତ୍ର ସେବନ କରନ୍ତୁ ଏହାଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ବିଷ୍ଣୁ ଙ୍କ କୃପା ରହିବ ।

– ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ସମୟ ମଧ୍ୟରେ ଆପଣ ଶୋଇବା ଠାରୁ ଦୂରେଇ ରହିବା ଉଚିତ ଏବଂ ହନୁମାନ ଚଲିସା ଏବଂ ମା ଦୁର୍ଗାଙ୍କ ସ୍ତ୍ରୋତ ପଢିବା ଉଚିତ୍। ଏହା ଶୀଘ୍ର ନକାରାତ୍ମକ ଶକ୍ତିଗୁଡ଼ିକୁ ହଟାଇଥାଏ। ତେବେ ଶେଷରେ ଯେତେବେଳେ ସୂର୍ଯ୍ୟପରାଗ ସମାପ୍ତ ହେବା ପରେ, ଗାଧୋଇ ସଫା ପୋଷାକ ପିନ୍ଧିବା ଭଲ।

Get real time updates directly on you device, subscribe now.