fbpx

ଚାର୍ଜ କରିବା ସମୟରେ ଫୋନ୍ ତାତୁଥିଲେ କରନ୍ତୁନି ଅଣଦେଖା, ଏହିପରି ରୋକନ୍ତୁ

AAKASH

ନୂଆଦିଲ୍ଲୀ: ବହୁ ସମୟରେ ଆମେ ଫୋନ୍‌କୁ ଚାର୍ଜରେ ବସାଇବା ମାତ୍ରେ ଏହା ଗରମ ହେବାରେ ଲାଗିଥାଏ । ଫୋନ୍‌କୁ ଚାର୍ଜରେ ବସାଇବା ସମୟରେ ଏହା ହାଲ୍‌କା ଗରମ ହେବା ଏକ ସାଧାରଣ କଥା । କିନ୍ତୁ ଅଧିକ ତାତୁଥିଲେ ଜାଣିବେ ଏହା କୌଣସି ସମସ୍ୟାର ଲକ୍ଷଣ । ବିଶେଷକରି ଯଦି ଏହା ବାରମ୍ବାର ହେଉଛି । ଏହି ସମସ୍ୟା ଚାର୍ଜର ଠାରୁ ଆରମ୍ଭ କରି ଓଭର ଚାର୍ଜଡ୍ ଫୋନ୍ କିମ୍ବା ବନ୍ଦ ଗରମ ଘରେ ଫୋନ୍ ଚାର୍ଜ କରିବା ଦ୍ୱାରା ଉପୁଜିଥାଏ । ତେବେ ଏହାର କାରଣ ଯାହା ହୋଇଥାଉ ପଛେ ଏହି ସମସ୍ୟାର ସମାଧାନ କରିବା ବହୁତ ଜରୁର ହୋଇଥାଏ । କାରଣ ଏହାଦ୍ୱାରା କୌଣସି ବି ଦୁର୍ଘଟଣା ବଢିବାର ଆଶଙ୍କା ବଢିଯାଏ ଓ ଫୋନ୍‌ର ପରଫର୍ମାନ୍ସ ଏବଂ ବ୍ୟାଟେରୀ ଲାଇଫ୍ ଉପରେ ପ୍ରଭାବ ପଡିଥାଏ । ଆସନ୍ତୁ ଜାଣିବା କିପରି ଏହି ସମସ୍ୟାରୁ ମୁକ୍ତି ପାଇବେ ।

ଆମେ ବହୁ ସମୟରେ ଫୋନ୍‌କୁ ଚାର୍ଜରେ ବସାଇ ଏହାକୁ ବ୍ୟବହାର କରିଥାଉ । ଯେତେବେଳେ ବି ଆପଣ କୌଣସି ଫିଲ୍ମ ଦେଖିଥାନ୍ତି କିମ୍ବା ଗେମ୍ ଖେଳିଥାନ୍ତି କିମ୍ବା କୌଣସି ହେଭି ଆପ୍‌ର ବ୍ୟବହାର କରିଥାନ୍ତି ସେତେବେଳେ ଫୋନ୍‌କୁ ଏହାର ସିପିୟୁ କିମ୍ବା ଜିପିୟୁରେ ଲଗାତର ଅଧିକ ପ୍ରୋସେସିଂ ପାୱାରର ଆବଶ୍ୟକତା ପଡିଥାଏ । ଏପରି ସ୍ଥିତିରେ ଯଦି ଆପଣ ଫୋନ୍‌କୁ ଚାର୍ଜିଂରେ ଲଗାଇଦେବେ ତେବେ ଫୋନ୍‌ର ଚାର୍ଜ ଶୀଘ୍ର କମିଯାଏ ଓ ଥର୍ମାଲ ଓଭରଲୋଡିଂର ଆଶଙ୍କା ସୃଷ୍ଟି ହୋଇଥାଏ । ତେଣୁ ମଲ୍ଟି ଟ୍ୟାକ୍ସିଂ ପରିବର୍ତ୍ତେ ଫୋନ୍‌ର ବ୍ୟାଟେରୀ କମିଗଲେ ଏହାକୁ କେବଳ ଚାର୍ଜ ହେବାକୁ ଦିଅନ୍ତୁ ।

ଆପଣ ଫୋନ୍‌ର ବ୍ୟାଟେରୀ ଚାର୍ଜ କରିବା ପାଇଁ ଖରାପ ଚାର୍ଜର କିମ୍ବା କେବୁଲର ବ୍ୟବହାର କରନ୍ତୁ ନାହିଁ । ଏଥିରେ ଠିକ୍ ଭାବରେ ଚାର୍ଜିଂ ହୋଇ ନ ଥାଏ ଓ ଫୋନ୍ ଅଧିକ ଗରମ ହେବାରେ ଲାଗିଥାଏ । ତେଣୁ ଆପଣ କେବଳ ଅଫିସିଆଲ୍ କିମ୍ବା ବ୍ରାଣ୍ଡେଡ୍ ଥାର୍ଡ ପାର୍ଟି ଚାର୍ଜରର ବ୍ୟବହାର କରନ୍ତୁ । ଏହା ବ୍ୟତିତ ବ୍ୟାଟେରୀ ଟାଇମ୍‌ର ମଧ୍ୟ ଧ୍ୟାନ ରଖନ୍ତୁ ।

ଯଦି ଚାର୍ଜ ସମୟରେ ଆପଣଙ୍କ ଫୋନ୍‌କୁ ପର୍ଯ୍ୟାପ୍ତ ଭେଣ୍ଟିଲେସନର ଅଭାବ ରହିଥାଏ ତେବେ ଫୋନ୍ ମଧ୍ୟରୁ ଆସୁଥିବା ହିଟ୍ ଦ୍ୱାରା ଫୋନ୍ ତାତିଥାଏ । ତେଣୁ ଫୋନ୍ ଯେଉଁ ସ୍ଥାନରେ ଚାର୍ଜ କରୁଛନ୍ତି ସେହି ସ୍ଥାନରେ ବାୟୁ ଚଳାଚଳର ସୁବିଧା ଥିବା ଉଚିତ । ଏହି ସମସ୍ତ ସାମାନ୍ୟ ଉପାୟ ପରେ ବି ଯଦି ଆପଣଙ୍କ ସମସ୍ୟା ଦୂର ହେଉ ନାହିଁ ତେବେ କୌଣସି ପ୍ରଫେସନାଲଙ୍କୁ ଦେଖାନ୍ତୁ କିମ୍ବା କମ୍ପାନୀ ସହ ସିଧା ସଂପର୍କ କରନ୍ତୁ ।

Get real time updates directly on you device, subscribe now.