fbpx
BSKY
BJD MC SKY
BJD YOUTH SKY

ଖରାରେ ପିଲାଙ୍କୁ ଖୁଆନ୍ତୁ ଏହି ୪ ପ୍ରକାରର ଡାଲି, ମଜବୁତ ହେବ ହାଡ଼, କମ୍ପ୍ୟୁଟର ପରି ଚାଲିବ ବୁଦ୍ଧି

ଓଡ଼ିଶା ଭାସ୍କର: ଡାଲି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଶିଶୁଙ୍କ ସ୍ୱାସ୍ଥ୍ୟ ଗରମରେ ଭଲ ରହିବା ପାଇଁ ଖାଦ୍ୟରେ ନିଶ୍ଚିତ ଭାବେ କିଛି ଡାଲି ସାମିଲ କରନ୍ତୁ । ଏଥିରେ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପୋଷଣ ମିଳିଥାଏ ଏବଂ ତାଙ୍କ ଶରୀର ମଜବୁତ ହୋଇଥାଏ ।

ସାଧାରଣତଃ ଖରାଛୁଟିରେ ପିଲାମାନେ ଘରେ ରହି ଖେଳ-କୁଦ କରିଥାଆନ୍ତି । ଏହି ସମୟରେ ଆଇସ୍କ୍ରିମ, ଥଣ୍ଡା ପାଣି ଏବଂ ଅନ୍ୟାନ୍ୟ ଜିନିଷ ଖାଇବା ଯୋଗୁଁ ଶରୀର ତାପମାତ୍ରା ଥଣ୍ଡା ଗରମ ହୋଇଥାଏ । ସେଥିପାଇଁ ଅଭିଭାବକମାନେ ସେମାନଙ୍କ ଖାଦ୍ୟରେ ଡାଲି ଯୋଗ କରିବା ନିହାତି ଆବଶ୍ୟକ । ଡାଲି ଖାଇବା ଦ୍ୱାରା ପିଲାମାନଙ୍କ ହାଡ ମଜବୁତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ୪ଟି ଡାଲି ବିଷୟରେ..

ଚଣା ଡାଲି: ଚଣା ଡାଲି ଆଇରନରେ ଭରପୂର ହୋଇଥାଏ । ଏଥିରେ ପ୍ରୋଟିନ ଜିଙ୍କ ଏବଂ ମ୍ୟାଗ୍ନେସିୟମ ମଧ୍ୟ ବହୁ ମାତ୍ରାରେ ମିଳିଥାଏ । ଏହାକୁ ଗରମ ସମୟରେ ଖାଇଲେ ପେଟ ପାଇଁ ଲାଭଦାୟକ ହୋଇଥାଏ । ଶିଶୁଙ୍କୁ ଯଦି ଲଞ୍ଚରେ ଭାତ-ଘିଅ ସହ ଚଣା ଡାଲି ଦିଆଯାଏ ତେବେ ଅଳ୍ପ ଖାଇଲେ ବି ସେମାନଙ୍କ ପେଟ ଭରିଯାଏ ଏବଂ ଭରପୁର ପୋଷଣ ମିଳିଥାଏ ।

ବିରି: ବିରିରେ ଅନେକ ପ୍ରକାରର ପୋଷଣ ଥାଏ । ଏହାର ସେବନ ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥାଏ । ବିରି ଖାଇବା ଦ୍ୱାରା ହାର୍ଟ ଭଲ ରହିଥାଏ । ସେଥିପାଇଁ ବିରିରେ ପ୍ରସ୍ତୁତ ଖାଦ୍ୟ ଶିଶୁଙ୍କୁ ଦିଅନ୍ତୁ।

ମୁଗ ଡାଲି: ସବୁଜ ମୁଗ ଡାଲି ଗ୍ରୀଷ୍ମ ଋତୁରେ ଲାଭଦାୟକ ହୋଇଥାଏ । ଏଥିରେ ଫାଇବର, କ୍ୟାଲସିୟମ ଏବଂ ପ୍ରୋଟିନ ଭରପୁର ମାତ୍ରାରେ ମିଳିଥାଏ । ଏହି ଡାଲି ଥଣ୍ଡା-ଗରମରେ ପେଟକୁ ଆରାମ ମିଳିଥାଏ । ଏଥିରେ ଡାଇଜେଷ୍ଟିଭ ସିଷ୍ଟମ ମଧ୍ୟ ଅଧିକ ମାତ୍ରାରେ ଥାଏ । ଶିଶୁଙ୍କ ପାଇଁ ମୁଗ ଡାଲି ଅନେକ ଲାଭଦାୟକ ବୋଲି ପ୍ରମାଣିତ ହୋଇଥାଏ ।

ସୋୟାବିନ: ଏହି ଜାତୀୟ ଡାଲିରେ ପ୍ରୋଟିନ ବହୁମାତ୍ରାରେ ଥାଏ । ଏହାକୁ ବହୁ ସମୟ ପାଣିରେ ଭିଜାଇବା ପରେ ଏହି ଡାଲିକୁ ମସଲା-ଲୁଣ ଦେଇ ରୋଷେଇ କଲେ ଏହା ସ୍ୱାଦ ବଢିଥାଏ । ପେଟ ପାଇଁ ଏହା ବହୁମାତ୍ରାରେ ଭଲ ବୋଲି କୁହାଯାଏ । ଶିଶୁଙ୍କୁ ଏଥିରେ ବହୁ ପରିମାଣରେ ପୋଷଣ ମିଳିଥାଏ ।

Get real time updates directly on you device, subscribe now.