fbpx

ଧନ ସମ୍ପତ୍ତି ବଢାଇବାକୁ ଚାହୁଁଛନ୍ତି କି? ଶୁକ୍ରବାର ରାତି ୧୨ ଟା ପରେ ଗୁଜୁରାତିର କରନ୍ତୁ ଏପରି ବ୍ୟବହାର

ଓଡ଼ିଶା ଭାସ୍କର: ଧନପ୍ରାପ୍ତ କରିବାକୁ କିଏ ବା ନଚାହେଁ । ଆସନ୍ତୁ ଜାଣିବା ଗୁଜୁରାତିର ଏକ ସରଳ ଉପାୟ, ଯାହାଦ୍ୱାରା ଆପଣଙ୍କୁ ଧନ-ସମ୍ପତ୍ତି ମିଳିବା ସହ ଆପଣଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ ହେବ । ମନେରଖନ୍ତୁ ଯେ ଏହି ଉପାୟ ଆପଣ ଶୁକ୍ରବାର ରାତିରେ ୧୨ ଟା ପରେ ହିଁ କରିବେ ।

– ଶୁକ୍ରବାର ରାତି ୧୨ ଟା ପୂର୍ବରୁ ହାତ ଏବଂ ପାଦକୁ ଭଲ ଭାବରେ ଧୋଇ ଧଳା ପୋଷାକ ପିନ୍ଧନ୍ତୁ ।

-ଏହା ପରେ କମଳ ଆସନରେ ବସି ଘରର ଏକ ଶାନ୍ତ ଏବଂ ପରିଷ୍କାର ସ୍ଥାନରେ ମା ଲକ୍ଷ୍ମୀଙ୍କ ଚିତ୍ର ସ୍ଥାପନ କରନ୍ତୁ ।

– ଏବେ ଏହି ଛବି ସାମ୍ନାରେ ୩ ଟି ଗୁଜୁରାତି ରଖି ନିଜ ଇଷ୍ଟ ଦେବତାଙ୍କ ନାମ କରନ୍ତୁ । ତା’ପରେ, ଦେବୀ ଲକ୍ଷ୍ମୀ , ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ଶୁକଦେବଙ୍କୁ ପ୍ରାର୍ଥନା କରନ୍ତୁ, ଫଳରେ ଆପଣଙ୍କର ଇଚ୍ଛା ପୂରଣ ହେବା ସହ ଏବଂ ସମସ୍ତ ସମସ୍ୟା ଦୂର ହୋଇଯିବ ।

– ଏହା ପରେ ଶୁକ୍ରମନ୍ତ୍ର ‘ଓଁ ଦ୍ରାଂ ଦ୍ରାଂ ଦୌ ସଃ ଶୁକ୍ରାୟ ନମଃ’ ର ୨୧ ଥର ଜପ କରନ୍ତୁ ।

– ଏବେ ତିନୋଟି ଗୁଜୁରାତିକୁ ଆପଣଙ୍କର ଡାହାଣ ହାତର ମୁଠାରେ ରଖି ନବଗ୍ରହଙ୍କୁ ଧ୍ୟାନ କରିବା ସହ ନିଜର ସମସ୍ୟାକୁ ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ ।

– ଏହା ପରେ ମୁଠି ଖୋଲି ୩ ଥର ଫୁଙ୍କନ୍ତୁ । ପରେ ଗୁଜୁରାତିକୁ ଗୋଟିଏ ପାତ୍ରରେ ରଖି ମୁଖ୍ୟ ଦ୍ୱାରକୁ ନେଇ ଯାଆନ୍ତୁ ।

– ସେହି ପାତ୍ରରେ କପୂର ରଖି ତାକୁ ଜାଳି ଦିନ । ଗୁଜୁରାତି ସମ୍ପୂର୍ଣ୍ଣ ଜଳିଗଲା ପରେ ତାକୁ ତୁଳସୀ ଗଛରେ ଢାଳି ଦିଅନ୍ତୁ ।

– ଯଦି ତୁଳସୀ ଗଡ ନଥାଏ, ତେବେ ତାକୁ ନଦୀରେ ଭସାଇଈ ଦିଅନ୍ତୁ । ଏପରି କରିବା କିଛି ଦିନ ମଧ୍ୟରେ ଆପଣଙ୍କୁ ଏହାର ପ୍ରଭାବ ଦେଖିବାକୁ ମିଳିବ ।

Get real time updates directly on you device, subscribe now.