fbpx

RCB ଦଳରୁ ବାଦ୍ ପଡ଼ିବେ ଷ୍ଟାର ଖେଳାଳି! ପରବର୍ତ୍ତୀ ମ୍ୟାଚରେ ମିଳିବନି ସୁଯୋଗ

ନୂଆଦିଲ୍ଲୀ: ଚଳିତବର୍ଷ ଆଇପିଏଲରେ ନିରାଶଜନକ ପ୍ରଦର୍ଶନ ଜାରି ରଖିଛି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ଷଷ୍ଠ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିବା ବେଳେ ଟୁର୍ଣ୍ଣାମେଣ୍ଟର ଲଗାତାର ଚତୁର୍ଥ ପରାଜୟର ସାମନା କରିଛି ଆରସିବି । ଫଳରେ ଦଳ ବର୍ତ୍ତମାନ ନବମ ସ୍ଥାନକୁ ଖସି ଆସିଛି । ତେବେ ବେଙ୍ଗଲୁରୁର ଏପରି ପରିସ୍ଥିତିରେ ଦଳକୁ ଆଉ ଏବେ ଆଉ ଏକ ଝଟକା ଲାଗିଛି । ବେଙ୍ଗଲୁରୁ ସେନାର ଦକ୍ଷ ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ ଆହତ ହୋଇଥିବା ଜାଣିବାକୁ ମିଳିଛି । ଯାହା ଫଳରେ ଆସନ୍ତା ମ୍ୟାଚରେ ଦଳରୁ ବାଦ୍ ପଡ଼ିପାରନ୍ତି ଗ୍ଲେନ ମାକ୍ସୱେଲ ।

ରିପୋର୍ଟ ଅନୁସାରେ, ମୁମ୍ବାଇ ବିପକ୍ଷ ମ୍ୟାଚ ପରେ ମାକ୍ସୱେଲଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି । ଫଳରେ ଦଳର ସପ୍ତମ ମ୍ୟାଚ ପୂର୍ବରୁ ଆହତ ହୋଇଛନ୍ତି ଷ୍ଟାର ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ । ଫଳରେ ଆଗାମୀ ମ୍ୟାଚରେ ବେଙ୍ଗଲୁରୁ ଟିମ୍ ତାଙ୍କ ବିନା ମଇଦାନକୁ ଓହ୍ଲାଇପାରେ । ଆସନ୍ତା ୧୫ ତାରିଖରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । କିନ୍ତୁ ଏହି ମ୍ୟାଚରେ ମାକ୍ସୱେଲଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି ।

ସେପଟେ ମାକ୍ସୱେଲଙ୍କ ଆହତ ବିଶେଷ ଗୁରୁତର ନୁହେଁ ବୋଲି ମଧ୍ୟ କୁହାଯାଇଛି । ସେ ଖୁବ କମ୍ ସମୟରେ ଆହତ ସମସ୍ୟାରୁ ବାହାରି ପାରନ୍ତି । ତେଣୁ ତାଙ୍କୁ ଦଳରେ ସୁଯୋଗ ଦିଆ ଯାଇପାରେ ବୋଲି ମଧ୍ୟ ଆଶା କରାଯାଇପାରେ । ବେଙ୍ଗଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ହାଇଦ୍ରାବାଦ ଏବଂ ବେଙ୍ଗଲୁରୁ ।

ମୁମ୍ବାଇ ବିପକ୍ଷ ମ୍ୟାଚରେ ଗ୍ଲେନ ମାକ୍ସୱେଲ ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି । ଆଇପିଏଲ ଇତିହାସରେ ବର୍ତ୍ତମାନ ସର୍ବାଧିକ ଥର ୦ ରନରେ ଆଉଟ ହୋଇଥିବା ଖେଳାଳି ପାଲଟିଛନ୍ତି ମାକ୍ସୱେଲ । ମୁମ୍ବାଇ ବିପକ୍ଷ ମ୍ୟାଚରେ ମଧ୍ୟ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ସେ ଏହି ରେକର୍ଡରେ ସାମିଲଏ ହୋଇଛନ୍ତି । ତେବେ ଏହି ମ୍ୟାଚରେ ୧୭ତମ ଥର ପାଇଁ ମାକ୍ସୱେଲ ୦ରେ ଆଉଟ ହୋଇଛନ୍ତି ।

Get real time updates directly on you device, subscribe now.