fbpx
BSKY
BJD YOUTH SKY
BJD MS SKY

ବାବୁସାନ-ଅମ୍ଳାନଙ୍କୁ ମିଳିପାରେ ବଡ଼ ‘ଦାୟିତ୍ୱ’: ନବୀନ ନିବାସରେ ସିନେ ଷ୍ଟାରଙ୍କ ଲମ୍ବା ଲାଇନ୍

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଦେଖାଦେଇଛି ଆଉ ଏକ ଟ୍ୱିଷ୍ଟ । ଚିହ୍ନା ଚେହେରାଙ୍କୁ ହରାଇ ଏବେ ଓଡ଼ିଶା ପଲିଟିକ୍ସରେ ବଳ ଗୋଟାଉଛି ବିଜୁ ଜନତା ଦଳ । ଗାଦି ହାତେଇବା ପାଇଁ ନବୀନ ନିବାସରେ ଚାଲିଛି ଚକ୍ରବ୍ୟୁହର ଯୋଜନା । ଏଥର ନିର୍ବାଚନରେ ବଦଳିଯିବ ବିଜେଡିର ରଣନୀତି, ଅଧିକାଂଶ ଆସନ କବଜା କରିବାକୁ ବିଜେଡି ଧରିଛି ପ୍ଲାନ-ବି । ଆଜି ନବୀନ ନିବାସରେ ଦେଖିବାକୁ ମିଳିଛି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଳାକାରଙ୍କ ଭିଡ଼ । ମେଗା ଷ୍ଟାର ବାବୁସାନ୍-ଅମ୍ଳାନଙ୍କ ସହ ଅନେକ ସିନେ ଷ୍ଟାର ଏବେ ନବୀନ ନିବାସରେ ଡେରା ପକାଇଛନ୍ତି । କିନ୍ତୁ କ’ଣ ପ୍ଲାନ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ? ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଆଜି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ନବୀନ ନିବାସରେ ପହଞ୍ଚିଛନ୍ତି । ଏଥିରେ ବାବୁସାନ୍, ଅମ୍ଳାନ, ସୁପ୍ରିୟା, ଦେବାଶିଷ, ଭୂମିକା, ସମ୍ବିତ, ସ୍ୱରାଜ, ଶୈଳେନ୍ଦ୍ରଙ୍କ ସହ ଶଙ୍କର ପ୍ରଧାନ, ପ୍ରଜ୍ଞା ଖଟୁଆ, ଗୁଡୁ ଓ ଅନେକ ୟୁଟ୍ୟୁବର ମଧ୍ୟ ସାମିଲ ରହିଛନ୍ତି । ତେବେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଳାକାରଙ୍କ ପାଦ ପଡ଼ିବା ପରେ ରାଜ୍ୟ ରାଜନୀତିରେ ଏବେ ଚହଳ ପଡ଼ିଛି । ମେଗାଷ୍ଟାରଙ୍କୁ ନେଇ କିଭଳି ପ୍ଲାନ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ? ଚର୍ଚ୍ଚା ହେଉଛି ଯେ, ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳ ପାଇଁ ଏଥର ପ୍ରଚାର ମଇଦାନକୁ ଓହ୍ଲାଇପାରନ୍ତି ବାବୁସାନ ଏବଂ ଅମ୍ଳାନଙ୍କ ସହ ଏହି ସିନେ ଷ୍ଟାର ।

ଚଳିତ ନିର୍ବାଚନରେ ଦଳ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସନାୟକ ଏବଂ ଅରିନ୍ଦମ ରାୟଙ୍କ ଭଳି ଷ୍ଟାର ପ୍ରଚାରକଙ୍କୁ ହରାଇଛି । ତେଣୁ ଏଥର ବାବୁସାନ-ଅମ୍ଳାନ, ସ୍ୱରାଜ ଏବଂ ଅନ୍ୟ ଅଭିନେତାଙ୍କୁ ଷ୍ଟାର ପ୍ରଚାରକ ଭାବରେ ଦାୟିତ୍ୱ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁହାଯାଉଛି ଏଥର ନିର୍ବାଚନ ଯୁଦ୍ଧ ମଇଦାନରେ ଓଲିଉଡର ଏହି ମେଗା ଷ୍ଟାରମାନଙ୍କୁ ସେନାପତି କରିପାରେ ବିଜୁ ଜନତା ଦଳ । ତେବେ ଏ ନେଇ ଦଳ ପକ୍ଷରୁ କିମ୍ବା ଅଭିନେତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଦିଆ ଯାଇନାହିଁ ।

Get real time updates directly on you device, subscribe now.