fbpx
BSKY
BJD SHG SKY
BJD MC SKY

ପାଖେଇ ଆସିଲାଣି ନିର୍ବାଚନ: ଆପଣଙ୍କର ଭୋଟର ID ଅପଡେଟ୍ ହୋଇଛି ତ? ଘରେ ବସି ଏମିତି ଅନ୍‌ଲାଇନ୍‌ରେ ଚେକ୍‌ କରନ୍ତୁ…

ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ଗଲେ ୨୦୨୪ ନିର୍ବାଚନ। ଏଥିପାଇଁ ଗତ ଶନିବାର ଦିନ ତାରିଖ ଘୋଷଣା ହୋଇସାରିଛି। ଲୋକସଭାର ୫୪୩ଟି ଆସନ ପାଇଁ ମୋଟ୍ ୭ଟି ପର୍ଯ୍ୟାରେ ମତଦାନ ହେବ । ଏହା ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ୍ ୧ରେ ଶେଷ ହେବ ଏବଂ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ । ତେବେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ସେହିପରି ଏପ୍ରିଲ ୨୬ରେ ୨ୟ ପର୍ଯ୍ୟାୟ, ମେ’ ୭ରେ ୩ୟ ପର୍ଯ୍ୟାୟ, ମେ’ ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ’ ୨୦ରେ ୫ମ ପର୍ଯ୍ୟାୟ, ମେ’ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ୍‌ ୧ରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହାପରେ ଜୁନ୍‌ ୪ ମଙ୍ଗଳବାର ଦିନ ଉଭୟ ଲୋକସଭା ଓ ବିଧାନସଭାର ଫଳାଫଳ ପ୍ରକାଶ ପାଇବ। ଏଣୁ ଏଭଳି ପରିସ୍ଥିତିରେ ନିଜର ଭୋଟର କାର୍ଡକୁ ଅପଡେଟ୍‌ କରି ରଖିବା ବହୁତ ଜରୁରୀ। ଯଦି ଆପଣ ଭୋଟର କାର୍ଡ ଅପଡେଟ୍‌ କରିଛନ୍ତି, ହେଲେ ଏହା ଅପଡେଟ୍‌ ହୋଇଛି କି ନାହିଁ ତାହା ଆପଣ କେମିତି ଜାଣିବେ?

ଭୋଟର ID ଅପଡେଟ୍‌ ହୋଇଛି କି ନାହିଁ ଏମିତି ଜାଣିବେ:-

ଏହି ପ୍ରକ୍ରିୟା ପାଇଁ ପ୍ରଥମେ ସରକାରଙ୍କ ୱେବସାଇଟ https://www.nvsp.in/ କିମ୍ବା https://voters.eci.gov.in/ କୁ ଯିବାକୁ ପଡିବ। ଏହି ଲିଙ୍କରେ କ୍ଲିକ୍ କରିବା ପରେ ଆପଣମାନେ ନାମ ଯାଞ୍ଚ କରିବାକୁ ଦୁଇଟି ଅପ୍ସନ୍ ଦେଖିବେ । ତେବେ ପ୍ରଥମ ବିକଳ୍ପରେ ନାମ,DOB ଏବଂ ଅନ୍ୟାନ୍ୟ ବିବରଣୀ ପ୍ରବେଶ କରନ୍ତୁ । ଏହା ପରେ ପରେ ଆପଣ ତାଲିକା ଦେଖିବେ। ଏବଂ ଦ୍ୱିତୀୟରେ, ଆପଣ EPIC ନମ୍ବର ପ୍ରବେଶ କରି ସବିଶେଷ ତଥ୍ୟ ପାଇପାରିବେ। ବାସ୍ତବରେ, EPIC ନମ୍ବରକୁ ଭୋଟର ପରିଚୟ ନମ୍ବର କୁହାଯାଏ। ଏହା ମାଧ୍ୟମରେ ଆପଣ ଭୋଟିଂ ତାଲିକାରେ ନାମ ଯାଞ୍ଚ କରିପାରିବେ । ତେବେ ଭୋଟର ତାଲିକା ଖୋଲିବା ପରେ ଆପଣ ଆପଣଙ୍କର ବିବରଣୀ ଦେଖି ପାରିବେ । ଯଦି ଆପଣ ଏଠାରେ ଆପଣଙ୍କର ନାମ ଦେଖନ୍ତି ନାହିଁ, ତେବେ ନିର୍ବାଚନ ଆୟୋଗର ଟୋଲ୍ ଫ୍ରି ନମ୍ବର ୧୮୦୦୧୧୧୯୫୦କୁ ହିଁ କଲ କରନ୍ତୁ । ଯଦି ଆପଣଙ୍କ ଭୋଟର ID କାର୍ଡରେ ଅନ୍ୟ କୌଣସି ସୂଚନା ଅପଡେଟ୍ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଭୋଟର ID ଟ୍ୟାବ୍‌ରେ ସଂଶୋଧନ ଉପରେ କ୍ଲିକ୍ କରି ଆବେଦନ କରିପାରିବେ ।

Get real time updates directly on you device, subscribe now.