fbpx

IND vs SL: ଶେଷ ଟି-୨୦ରେ ଖେଳିବେନି ଇଶାନ କିଷନ ! ଜାଣନ୍ତୁ କଣ ରହିବ ଭାରତର ଚୂଡାନ୍ତ ଏକାଦଶ

ଧର୍ମଶାଳା: ଧର୍ମଶାଳାରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚରେ ଭାରତ ୭ ଓ୍ଵିକେଟରେ ବିଜୟ ହାସଲ କରିଛି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଦଳର ନଜର ରବିବାର ଅର୍ଥାତ ଆଜି ଖେଳାଯିବାକୁ ଥିବା ତୃତୀୟ ମ୍ୟାଚ୍ ଜିତି ସିରିଜ୍ ପୋଛିନେବା ଉପରେ ରହିଛି। ସିରିଜ୍ ଜିତିବା ପରେ ଭାରତ ଆଜିର ମୁକାବିଲାରେ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ସୁଯୋଗ ଦେଇପାରେ। ରୋହିତ ଦ୍ଵିତୀୟ ମ୍ୟାଚ୍ ପରେ ଏହାର ସଙ୍କେତ ଦେଇଥିଲେ ଯେ, ପରବର୍ତ୍ତୀ ମ୍ୟାଚରେ ନୂତନ ଖେଳାଳିଙ୍କୁ ସୁଯୋଗ ଦିଆଯିବ।

ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଏବଂ ଦଳ ପ୍ରବନ୍ଧକଙ୍କ ପାଇଁ ସବୁଠୁ ବଡ କାମ ଇଶାନ କିଷନଙ୍କ ସ୍ଥାନରେ ଅନ୍ୟ ଓପନର ସନ୍ଧାନ କରିବା। କିଷନଙ୍କୁ ଦ୍ଵିତୀୟ ମ୍ୟାଚରେ ମୁଣ୍ଡରେ ଏକ ବିପଦଜ୍ଜନକ ବାଉନ୍ସର ବାଜିଥିଲା। ମ୍ୟାଚ୍ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମିତିରେ ଇଶାନ ତୃତୀୟ ମ୍ୟାଚରୁ ବାଦ୍ ପଡିବା ପ୍ରାୟତଃ ନିଶ୍ଚିତ ଲାଗୁଛି। ତାଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ସଞ୍ଜୁ ସାମସନଙ୍କ ସହ ଇନିଂସ ଓପନ କରି ପାରନ୍ତି। ସାମସନ ଗତ ମ୍ୟାଚରେ ୨୫ ବଲରୁ ଦ୍ରୁତ ୩୯ ରନ କରିଥିଲେ।

ଏହା ବ୍ୟତୀତ ଶ୍ରେୟସ ଆୟରଙ୍କ ବ୍ୟାଟିଂ କ୍ରମରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ। ମୟଙ୍କ ଅଗ୍ରଓ୍ଵାଲ ଏବଂ ଭେଙ୍କଟେଶ ଆୟର ମଧ୍ୟ ଓପନିଂ ପାଇଁ ସକ୍ଷମ। ଅଗ୍ରଓ୍ଵାଲଙ୍କୁ ଋତୁରାଜ ଗାଏକଓ୍ଵାଡ ଆହତ ହେବା ପରେ ଦଳରେ ସାମିଲ୍ କରାଯାଇଛି। ଇଶାନଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ଆଜିର ମ୍ୟାଚରେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ଏହା ବ୍ୟତୀତ ଅଧିନାୟକ ରୋହିତ ଶର୍ମା ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଓହ୍ଲାଇ ପାରନ୍ତି। ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ସ୍ପିନର ରବି ବିଷ୍ଣୋଇଙ୍କୁ ଦଳରେ ସାମିଲ୍ କରାଯାଇପାରେ। ଏହା ବ୍ୟତୀତ ଅଭେଶ ଖାନଙ୍କୁ ହର୍ଷଲ ପଟେଲଙ୍କ ସ୍ଥାନରେ ସୁଯୋଗ ମିଳିପାରେ। ହର୍ଷଲ ଗତ ମ୍ୟାଚରେ ଖୁବ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

ତୃତୀୟ ଟି-୨୦ ପାଇଁ ସମ୍ଭାବିତ ଭାରତୀୟ ଦଳ

ସଞ୍ଜୁ ସାମସନ, ମୟଙ୍କ ଅଗ୍ରଓ୍ଵାଲ, ଶ୍ରେୟସ ଆୟର, ରୋହିତ ଶର୍ମା(ଅଧିନାୟକ), ରବୀନ୍ଦ୍ର ଜାଡେଜା, ଭେଙ୍କଟେଶ ଆୟର, ଦୀପକ ହୁଡ୍ଡା, ହର୍ଷଲ ପଟେଲ୍, ଅଭେଶ ଖାନ, ଯଶପ୍ରୀତ ବୁମରା, ରବି ବିଷ୍ଣୋଇ।

Get real time updates directly on you device, subscribe now.