ନୂଆଦିଲ୍ଲୀ: ଆତଙ୍କବାଦୀ ଗୋଷ୍ଠୀ ଆଇଏସ୍ଆଇଏସ୍ ଆସନ୍ତା ଖ୍ରୀଷ୍ଟମାସରେ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହି ଆକ୍ରମଣ ପାଇଁ ଆତ୍ମଘାତୀ ସୈନ୍ୟଙ୍କୁ ଭର୍ତ୍ତି କରିବା ପାଇଁ ଏବେ ଆଇଏସଆଇଏସ୍ ଟିକଟକ୍ କୁ ଅସ୍ତ୍ର କରିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅଣ-ମୁସଲମାନମାନଙ୍କ ପ୍ରତି ଘୃଣା ସୃଷ୍ଟି କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରାଯାଉଛି । ଏଥିରେ ଅନେକ ୱେବସାଇଟ୍ ମଧ୍ୟ ଅଛି, ଯାହା ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ।
#EXCLUSIVE: ISIS using TikTok to recruit young suicide bombers in bid to carry out Christmas attacks https://t.co/hxwA5p39IO pic.twitter.com/vDAWL3ieLC
— The US Sun (@TheSunUS) November 21, 2021
ମିଡିଆ ରିପୋର୍ଟ ଅନୁସାରେ, ଟିକଟକ୍ ରେ ପୋଷ୍ଟ କରାଯାଇଥିବା ଏକ ଭିଡିଓ ରେ କ୍ରିସମସ୍ ସମୟରେ ଆକ୍ରମଣ କରିବା ନେଇ ଉସକା ଯାଉଛି । ଏହି ଆକ୍ରମଣରେ ଅଧିକରୁ ଅଧିକ ଲୋକଙ୍କୁ ମାରିବା ନେଇ କୁହାଯାଉଛି । ଏହି ଭିଡିଓରେ ଖୁବ୍ ଉତ୍ତେଜନାମୂଳକ ମ୍ୟୁଜିକ୍ ଦିଆଯାଇଛି । ଏହାସହିତ କ୍ରିସମସ୍ କୁ ଅବିଶ୍ୱାସୀଙ୍କ ପର୍ବ ବୋଲି କୁହାଯାଇଛି । ଅନ୍ୟପଟେ ଇସାଇ ଧର୍ମର ଲୋକଙ୍କୁ ଦାନବ ଆଖ୍ୟା ଦିଆଯାଇଛି । ଭିଡିଓରେ, ଆହ୍ଲାଙ୍କୁ ମାନନ୍ତି ନାହିଁ ବୋଲି କହିବା ସହିତ ଧାର୍ମିକ ଭାବନାକୁ ପରିହାସ କରିଛନ୍ତି ଆତଙ୍କବାଦୀ ସଂଗଠନ ।
ଭିଡିଓରେ, ଆତଙ୍କବାଦୀ ମାନେ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି । ଖ୍ରୀଷ୍ଟମାସ ସମୟରେ ସଜାଯାଇଥିବା ଦୋକାନ ଏବଂ ବଜାରକୁ ଟାର୍ଗେଟ୍ ଭାବରେ ଦର୍ଶାଯାଇଛି । ଏହା ଭିତରେ ୟୁକେରେ ଆତଙ୍କବାଦୀଙ୍କ ହମଲାକୁ ନେି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କୁହାଯାଉଛି ଯେ, ଲିଭରପୁଲରେ କାର୍ ବମ୍ ବ୍ଲାଷ୍ଟ୍ , ଏକ ଆତଙ୍କୀ ଆକ୍ରମଣ ହୋଇପାରେ । ଏସବୁକୁ ଲୋନ୍ ବ୍ଲୁଫ୍ ଆଟାକ୍ ବୋଲି କୁହାଯାଏ । କରୋନା ଲକଡାଉନ୍ ରେ ଅନେକ ସଂଖ୍ୟାର ଚରମପନ୍ଥୀ ମାନେ ନିଜକୁ ଆକ୍ରମଣ ପାଇଁ ମାନସିକ ରୂପରେ ପ୍ରସ୍ତୁତ କରି ରଖିଛନ୍ତି ।
ଏହା ଭିତରେ ଇଟାଲୀରେ ଜଣେ ୧୯ ବର୍ଷର ଯୁବତୀଙ୍କୁ ଗିରଫ କରାଯାଇଛି । ତାଙ୍କ ଫୋନ୍ ରୁ ଆଇଏସଆଇଏସ୍ ଙ୍କ ସହିତ ଜଡ଼ିତ ଅନେକ ଭିଡିଓ ମିଳିଛି । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ, ଏପ୍ରିଲ୍ ୨୦୧୯ ରେ, ଆତଙ୍କବାଦୀ ଗୋଷ୍ଠୀ ଆଇଏସଆଇଏସ୍ ଶ୍ରୀଲଙ୍କାରେ ଆତଙ୍କବାଦୀ ଆକ୍ରମଣ କରିସାରିଛି । ଏହି ଆକ୍ରମଣରେ ଅତି କମରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୮୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ସିରିଏଲ୍ ବ୍ଲାଷ୍ଟ ସଂଖ୍ୟା ୬ ଥିଲା ଯେଉଁଥିରେ ବିଳାସପୂର୍ଣ୍ଣ ହୋଟେଲଗୁଡିକ ମଧ୍ୟ ଟାର୍ଗେଟ କରାଯାଇଥିଲା ।