fbpx

ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ : କଠୋରପନ୍ଥୀଙ୍କ ବିରୋଧରେ ଏକଜୁଟ ହେଲେ ଇସ୍କନ ଶ୍ରଦ୍ଧାଳୁ, ଦୁନିଆର ୭୦୦ ମନ୍ଦିରରେ କଲେ ପ୍ରଦର୍ଶନ

ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହମଲା ବଢିବାରେ ଲାଗିଛି । ଇସ୍କନ ମନ୍ଦିରରେ କଠୋରପନ୍ଥୀମାନେ ଭଙ୍ଗାରୁଜା କରିଛନ୍ତି । ଏହା ବିରୋଧରେ ଏବେ ଏକଜୁଟ୍ ହୋଇଛନ୍ତି ସଂସ୍ଥା ସହ ଜଡିତ ଶ୍ରଦ୍ଧାଳୁ । ଶନିବାର ସଡକକୁ ଓହ୍ଲାଇ କରିଛନ୍ତି ବିରୋଧ ପ୍ରଦର୍ଶନ । ଇସ୍କନର ଆହ୍ୱାନକ୍ରମେ ସମଗ୍ର ଦେଶରେ ଇସ୍କନ ଶ୍ରଦ୍ଧାଳୁ ଆକ୍ରମଣ ବିରୋଧରେ ପ୍ରଦର୍ଶନ କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଦୁନିଆର ୧୫୦ ଦେଶରେ ସ୍ଥିତ ୭୦୦ ଇସ୍କନ ମନ୍ଦିରରେ ଏହି ବିରୋଧ ପ୍ରଦର୍ଶନ କରାଯାଇଛି ।

ଅକ୍ଟୋବର ୧୬ରେ ବାଂଲାଦେଶର ନୋଆଖାଲିରେ ଉପଦ୍ରବୀମାନେ ଇସ୍କନ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ଏହି ସମୟରେ ଭିଡ ମନ୍ଦିର ଭିତରେ ପଶି ଭଙ୍ଗାରୁଜା କରିବା ସହିତ ଶ୍ରଦ୍ଧାଳୁଙ୍କୁ ମାରପିଟ୍ କରିଥିଲେ । ଏହି ଆକ୍ରମଣରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଏହା ବ୍ୟତୀତ ଘଟଣା ପରଠୁ ଦୁର୍ଗା ପେଣ୍ଡାଲକୁ ଟାର୍ଗେଟ୍ କରାଯାଇଥିଲା । ହମଲାରେ ଚାରି ଜଣ ହିନ୍ଦୁଙ୍କ ମୃତ୍ୟୁ ଘଟିଥିଲା ।

 

ବାଂଲାଦେଶରେ ହିନ୍ଦଙ୍କ ଉପରେ ହୋଇଥିବା ଆକ୍ରମଣରେ ଅନେକ ହିନ୍ଦୁ ପରିବାରଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା । ଏଥିରେ ୨୦ରୁ ଅଧିକ ଘର ସଂପ୍ରୂ୍ଣ୍ଣ ଜଳିପୋଡି ଛାରଖାର ହୋଇ ଯାଇଥିଲା । ଏହି ପରି ଭାବେ ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ଦିନକୁ ଦିନ ବଢିବାରେ ଲାଗିଛି ।

 

Get real time updates directly on you device, subscribe now.