fbpx

ଇସ୍ରାଏଲ ହମଲାରେ ଭୁଷୁଡିଲା ୬ ମହଲା କୋଠା, ହମାସ ଉପରେ ଲଗାତାର ରକେଟ୍ ମାଡ ଜାରି

ଗାଜା ୧୮ ।୦୫: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଆକାଶ ମାର୍ଗରୁ ଆକ୍ରମଣ ଦ୍ୱିତୀୟ ସପ୍ତାହ ମଧ୍ୟ ଜାରି ରହିଛି । ଇସ୍ରାଏଲ ମଙ୍ଗଳବାର ଗାଜା ଉପରେ କରିଥିବା ହମଲାରେ ଏକ ଛଅ ମହଲା କୋଠା ଭୁଷୁଡି ପଡିଛି । ଅନ୍ୟପଟେ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ପକ୍ଷରୁ ଲଗାତାର ରକେଟ୍ ଆକ୍ରମଣ ଜାରି ରହିଛି । କେବଳ ଏତିକି ନୁହେଁ ଇସ୍ରାଏଲୀ ସେନାଙ୍କ ଆକ୍ରମଣରେ କାହିଲ ନାମକ କୋଠା କ୍ଷତିଗ୍ରସ୍ତ ହୋଇଛି । ଏହି କୋଠାରେ ଲାଇବ୍ରେରୀ ଓ ଇସଲାମିକ ୟୁନିଭର୍ସିଟି ସହ ଜଡିତ ଏଜୁକେସନ ସେଂଟର ରହିଥିଲା ।

ରାତିସାରା ଚାଲିଥିବା ଆକ୍ରମଣରେ ମୃତକଙ୍କ ସଂଖ୍ୟା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଇସ୍ରାଏଲ ଦାବି କରିଛି, ତାରି ଆକ୍ରମଣରେ ଜୋର୍ଡାନ ସଂଲଗ୍ନ ସୀମା ନିକଟରେ ଥିବା ଏକ ୟୁଏଭି ଧ୍ୱଂସ ହୋଇ ଯାଇଛି । କିନ୍ତୁ ଏହା ଜଣାଇ ନାହିଁ ଯେ, ଏହି ୟୁଏଭି କେଉଁ ଦେଶର ଥିଲା ପାଲେଷ୍ଟାଇନ ନା ଜୋର୍ଡାନର ।

ସୂଚନାଯୋଗ୍ୟ, ଇସ୍ରାଏଲ ଓ ଗାଜା ମଧ୍ୟରେ ମେ ୧୦ରୁ ଆକାଶ ମାର୍ଗରୁ ଆକ୍ରମଣ ଜାରି ରହିଛି । ଏହା ପୂର୍ବରୁ ଇସ୍ରାଏଲୀ ସେନା ମେ ୧୬ରେ ଗାଜା ପଟିର ଖାନ ୟୁୁନୁସ ସହରରେ ସ୍ଥିତ ହମାସର ଶୀର୍ଷ ନେତା ୟେହିୟେହ ସିନବାରର ଘରକୁ ନିଶାଣ କରି ଆକ୍ରମଣ କରିଥିଲା । ଏଥିରେ ଶୀର୍ଷ ନେତାଙ୍କ ଘର ଧ୍ୱଂସ ହୋଇ ଯାଇଥିଲା । ଏପରିକି ଇସ୍ରାଏଲ ଆକ୍ରମଣରେ ଗାଜା ପଟିରେ ଥିବା ଏକ କୋଠା ଭୁଷୁଡି ପଡିଥିଲା । ଏଥିରେ ଅଲଜଜିରା ସମେତ ଅନେକ ମିିଡିଆ ସଂସ୍ଥା ଥିଲା ।

ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନେତନ୍ୟାହୁ ଘୋଷଣା କରି ସାରିଛନ୍ତି ଯେ, ହମାସ ଆତଙ୍କୀ ସଂଗଠନ ଆତ୍ମ ସମର୍ପଣ ନକରିବା ଯାଏଁ ଏହି ଆକ୍ରମଣ ଜାରି ରହିବ । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ କହିଛନ୍ତି, ଇସ୍ରାଏଲକୁ ତାର ଆତ୍ମରକ୍ଷା କରିବାର ଅଧିକାର ରହିଛି ।

Get real time updates directly on you device, subscribe now.