fbpx

ଜୁନ୍ ୧ ଯାଏଁ ରାଜ୍ୟରେ ବଢ଼ିଲା ଲକଡାଉନ୍

ଭୁବନେଶ୍ୱର : କୋଭିଡ୍ ସଂକ୍ରମଣ ଓଡିଶାରେ ବଢ଼ୁôଥିବାରୁ ରାଜ୍ୟରେ ଲକଡାଉନ୍ ଅବଧି କୁ ବୃଦ୍ଧି କରାଯାଇଛି । ରାଜ୍ୟ ସରକାର ସଂକମ୍ରଣକୁ ଦୃଷ୍ଟି ରେ ରଖି ଜୁନ୍ ୧ ଯାଏଁ ଲକଡାଉନ୍ ବଢ଼ାଇବାକୁ ନିଷ୍ପତି ନେଇଛନ୍ତି । ଏନେଇ ଆଜି ମୁଖ୍ୟ ଶାସନ୍ ସଚିବ ସୁଚନା ଦେଇଛନ୍ତି । ଏଥିସହିତ କଟକଣାକୁ ମଧ୍ୟ ବଢ଼ାଇ ଦିଆଯାଇଛି । ପୂର୍ବରୁ ବଜାର ଏବଂ ପନିପରିବା ହାଟ ସବୁ ସକାଳ ୭ଟାରୁ ୧୨ ଯାଏ ଖୋଲା କରିବାକୁ ନିର୍ଦ୍ଦେଶ ହୋଇଥିବା ବେଳେ ବର୍ତ୍ତମାନ ଏହାକୁ କମାଇ ୧୧ ଟା ପର୍ଯ୍ୟନ୍ତ କରି ଦିଆଯାଇଛି । ପୂର୍ବଭଳି ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ । ଆହୁରି ବିବାହ କାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି ଦିଆଯାଇଥିବା ବେଳେ ବର୍ତ୍ତମାନ ପରଠାରୁ କେବଳ ୨୫ ଜଣଙ୍କୁ ନେଇ ବିବାହ କାର୍ଯ୍ୟ କରାଯିବ । ବାହାଘର,ବ୍ରତ ଏବଂ ଶୁଦ୍ଧି କାର୍ଯ୍ୟରେ ଭୋଜିଭାତ ସମ୍ପୁର୍ଣ୍ଣ ବନ୍ଦ ରହିବ । ଘରକୁ ଡାକି ଅତିଥି ମାନଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ । ତା ବଦଳରେ ଅତିଥିମାନଙ୍କୁ ପ୍ୟାକେଟ୍ କରି ଖାଦ୍ୟ ଦିଆଯାଇ ପାରିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.