fbpx

ହିନ୍ଦୀ ସମେତ ୧୪ ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ କୋ-ୱିନ୍ ପୋର୍ଟାଲ୍

ନୂଆଦିଲ୍ଲୀ : କୋଭିଡ୍ ଭ୍ୟାକସିନ୍ ପାଇଁ କେନ୍ଦ୍ର ସରକାର କୋ-ୱିନ୍ ପୋର୍ଟାଲ୍ ରେ ରେଜିଷ୍ଟ୍ରେସନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଏହି ପୋର୍ଟାଲ କେବଳ ଗୋଟିଏ ଭାଷାରେ ଉପଲବ୍ଧ ହେଉଥିବା ବେଳେ ଆଗକୁ ଏହା ହିନ୍ଦୀ ସମେତ ୧୪ ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ସପ୍ତାହ ମଧ୍ୟରେ କୋ-ୱିନ୍ ପୋର୍ଟାଲ ହିନ୍ଦୀ ସମେତ ୧୪ ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ । ଖାଲି ସେତିକି ନୁହେଁ କୋଭିଡ୍-୧୯ ଭୁତାଣୁର ପରୀକ୍ଷା ପାଇଁ ଆଉ ୧୭ଟି ଲାବରୋଟୋରୀ ମଧ୍ୟ ନିର୍ମାଣ କରାଯିବ ।

ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ, କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ଘୋଷଣା କରାଯାଇଛି । ଏଥିସହିତ ଦେଶରେ କୋଭିଡ୍ ସ୍ଥିତି ସମ୍ପର୍କରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ମଧ୍ୟ କରଯାଇଛି । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଦେଶରେ ଟେଷ୍ଟିଂ କୁ ମଧ୍ୟ ବୃଦ୍ଧି କରାଯିବ । କାରଣ ଦିନକୁ ଦିନ କୋଭିଡ୍ ର ନୁତନ ଷ୍ଟ୍ରେନ୍ ସାମନାକୁ ଆସୁଛି । ଯାହା କ୍ଷତିକାରକ ସାବ୍ୟସ୍ତ ହେଉଛି । ସେ କହିଛନ୍ତି ଯେ, ଭାରତରେ ୨୬ ଦିନ ପରେ ସଂକ୍ରମଣ ହ୍ରାସ ହେଉଥିବା ଦେଖିବାକୁ ମିଳିଛି । ଦୈନିକ ସଂକ୍ରମଣ ୩ ଲକ୍ଷ ପାର କରୁଥିବା ବେଳେ ଏହି ସଂଖ୍ୟା କମିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.