fbpx

ବଦଳିଲା ସରକାର, ବଦଳିଲାନି ନୀତି: ଉସୁକାଇଲା ଗାଜା, ମିସାଇଲ ମାଡ କରି ମୁହଁତୋଡ ଜବାବ ଦେଲା ଇସ୍ରାଏଲ

ନୂଆଦିଲ୍ଲୀ : ବଦଳିଲା ସରକାର ହେଲେ ବଦଳିଲାନି ରଣନୀତି। ନୂତନ ସରକାରକୁ କେଇ ଦିନ ନଯାଉଣୁ ପୁଣି ଥରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇ ଯାଇଛି। ଗତ ମାସରେ ୧୧ ଦିନ ଧରି ଧରି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଲାଗି ରହିବା ପରେ  ଅସ୍ତ୍ର ବିରତି ଘୋଷଣା କରାଯାଇଥିଲା। ହେଲେ ପୁଣି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଲଢେଇ ଆରମ୍ଭ ହୋଇ ଯାଇଛି। ଇସ୍ରାଏଲ ଗାଜା ପଟି ଉପରେ କ୍ଷେପଣାସ୍ତ୍ର ମାଡ କରିଛି। କାରଣ ଗାଜା ଦକ୍ଷିଣ ଇସ୍ରାଏଲରେ ବିସ୍ଫୋରକରେ ଭରା  ବେଲୁନ ଛାଡି ଅସ୍ତ୍ର ବିରତି ଉଲ୍ଲଂଘନ କରିଥିଲା। ଏହା ପରେ ଇସ୍ରାଏଲ ତୁରନ୍ତ ଜବାବ ଦେଇ ଗାଜା ପଟି ଉପରେ ଆକ୍ରମଣ କରିଛି।

ଯଦି ଏହି ସଂଘର୍ଷ ଆଗକୁ ବଢେ ତେବେ ଇସ୍ରାଏଲର ନୂତନ ସରକାରଙ୍କ ପାଇଁ ଏହା ପ୍ରଥମ ପରୀକ୍ଷା ହେବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଜେରୁସେଲମରେ ମଙ୍ଗଳବାର ଇସ୍ରାଏଲର କଟ୍ଟର ଦକ୍ଷିଣପନ୍ଥୀ ଶୋଭାଯାତ୍ରା ବାହାର କରିଥିଲେ। ଏହା ପଛରେ ଗାଜାର ହାତ ରହିଥିବା କୁହାଯାଉଛି। ଇସ୍ରାଏଲ ସେନା ଅନୁଯାୟୀ, ଆମ ସେନା ହମାସ ଇଲାକା ଉପରେ ମିସାଲ ଆକ୍ରମଣ କରିଛି। ଏବେ ଗାଜା ଆଗାମୀ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହୁ। ଫଳସ୍ଵରୂପ ଇସ୍ରାଏଲ ଗାଜାର ଖାନ ୟୁନିସ ସହର ଉପରେ କ୍ଷେପଣାସ୍ତ୍ର ମାଡ କରିଛି। ଏହା ପୂର୍ବରୁ ଇସ୍ରାଏଲକୁ ଟାର୍ଗେଟ୍ କରି ଗାଜାରୁ ବିସ୍ଫୋରକରେ ଭରା ଏକ  ବେଲୁନ ଛଡା ଯାଇଥିଲା। ଏହା ପରେ ଯାଇ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ନେଇଥିବା ସେନା ମୁଖପାତ୍ର କହିଛନ୍ତି।

ଏଗାର ଦିନର ସଂଘର୍ଷ ପରେ ମେ ୨୧ ଇସ୍ରାଏଲ ଓ ଗାଜା ମଧ୍ୟରେ ଅସ୍ତ୍ର ବିରତି ଘୋଷଣା ହୋଇଥିଲା। ଏହା ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ରକେଟ୍ ଏବଂ କ୍ଷେପଣାସ୍ତ୍ର ହମଲା ଜାରି ରହିଥିଲା। ଏହି ସଂଘର୍ଷରେ ୨୫୩ ପାଲେଷ୍ଟାଇନଙ୍କ ମୃତ୍ୟୁ ଘଟିଥିବା ଗାଜା କହିଥିଲା। ଅପରପକ୍ଷେ ଇସ୍ରାଏଲର ୧୩ ଜଣ ନାଗରିକଙ୍କ ପ୍ରାଣହାନୀ ଘଟିଥିଲା।

Get real time updates directly on you device, subscribe now.