fbpx

ଇସ୍ରାଏଲ ଏବଂ ହାମାସ ସଂଘର୍ଷ ମଧ୍ୟରେ ତୀବ୍ର ହେବାରେ ଲାଗିଛି ଭାରତର ଅପରେସନ୍ ‘ଅଜୟ’ , ଫେରିଲେ ଆଉ ୨୩୫ ଭାରତୀୟ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ସଂଘର୍ଷ ମଧ୍ୟରେ ୨୧୨ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଆଣିବା ପରେ ଆଉ ୨୩୫ ଭାରତୀୟ ନିଜ ଦେଶକୁ ଫେରିଛନ୍ତି । ଅପରେସନ୍ ‘ଅଜୟ’ ମାଧ୍ୟମରେ ୨ୟ ବ୍ୟାଚରେ ୨୩୫ ଭାରତୀୟ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି । ଫେରିଥିବା ଭାରତୀୟଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ରଞ୍ଜନ ସିଂ । ବେଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଇସ୍ରାଏଲର ଭାରତୀୟ ଦୂତାବାସ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଦୂତାବାସ ଏହାର ପୋଷ୍ଟରେ କହିଛି, ‘ସ୍ୱତନ୍ତ୍ର ବିମାନ ପାଇଁ ପଞ୍ଜୀକୃତ ଭାରତୀୟ ନାଗରିକମାନଙ୍କୁ ଆଜି ଦୂତାବାସ ଇମେଲ କରିଛି । ପରବର୍ତ୍ତୀ ବିମାନ ପାଇଁ ଅନ୍ୟ ପଞ୍ଜୀକୃତ ଲୋକଙ୍କୁ ମେସେଜ୍ ପଠାଯିବ ।

ତେବେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟାବହ ରୂପ ନେବାରେ ଲାଗିଛି । ଏହି ଯୁଦ୍ଧ ଦ୍ୱାରା କେବଳ ଇସ୍ରାଏଲର ସେନା କିମ୍ବା ଯବାନ ନୁହଁନ୍ତି ସାଧାରଣ ନାଗରିକଙ୍କ ଜୀବନ ବି ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଇତି ମଧ୍ୟରେ ଏହି ଯୁଦ୍ଧରେ ହଜାର ହଜାର ନାଗରିକଙ୍କ ମୃତ୍ୟୁ ହୋଇ ସାରିଲାଣି ଓ ହଜାର ହଜାର ନାଗରିକ ଗୁରୁତର ହୋଇଛନ୍ତି । ଏପରି ସ୍ଥିତିରେ ଭାରତ ଇସ୍ରାଏଲରୁ ନିଜ ଦେଶକୁ ଫେରି ଆସିବାକୁ ଚାହୁଁଥିବା ଭାରତୀୟଙ୍କ ଲାଗି ‘ଅପରେସନ ଅଜୟ’ ଆରମ୍ଭ କରିଦେଇଛି । ବିଦେଶମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି, ଅପରେସନ ଅଜୟରେ ବିଶେଷ ଚାର୍ଟର ଫ୍ଲାଇଟର ବ୍ୟବସ୍ଥା କରାଯାଉଛି ।

ଏସ୍‌. ଜୟଶଙ୍କର କହିଛନ୍ତି ଆମେ ବିଦେଶରେ ରହିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଓ କଲ୍ୟାଣ ଲାଗି ପ୍ରତିିବଦ୍ଧ । ଇସ୍ରାଏଲରେ ଭାରତୀୟ ଦୂତାବାସ ସକ୍ରିୟ ରହିଛି । ଭାରତୀୟ ଦୂତାବାସ ଏହାର ନାଗରିକଙ୍କ ସହାୟତା ଲାଗି ୨୪ ଘଣ୍ଟା ହେଲ୍ପ ଲାଇନ୍ ନମ୍ବର ଓ ଇମେଲ୍ ଆଇଡି ଜାରି କରିଛି । ଏହାରି ମଧ୍ୟରେ ଇସ୍ରାଏଲରେ ରହିଥିବା ଭାରତୀୟ ପ୍ରବାସୀମାନେ ଭାରତୀୟ ସେନା ଉପରେ ସେମାନଙ୍କ ଭରୋସା ସ୍ଥାପନ କରିଛନ୍ତି । ସେମାନେ ଇସ୍ରାଏଲରେ ହିଁ ରହିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଅନ୍ୟପକ୍ଷରେ ଦୂତାବାସ ଭାରତୀୟ ନାଗରିକଙ୍କ ସୁରକ୍ଷା ଲାଗି ୨୪ ଘଣ୍ଟା କାମ କରୁଥିବା କହିଛି ।

Get real time updates directly on you device, subscribe now.